କୌଣସି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ ହେବନି: ମାୟାବତୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପିକୁ ହଟାଇବା ପାଇଁ ଉଦ୍ୟମ ଜାରି ରଖିଥିବା ବିଜେପି ବିରୋଧୀ ମହାମେଣ୍ଟକୁ ଆଜି ଶକ୍ତ ଝଟ୍‌କା ଲାଗିଛି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି(ବସପା) ଅଧ୍ୟକ୍ଷା ମାୟାବତୀ ଆଜି ସ୍ପଷ୍ଟ କରିଦେଇଛନ୍ତି ଯେ କୌଣସି ବି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ ହେବନି। ପୂର୍ବରୁ ସମାଜବାଦୀ ପାର୍ଟି(ସପା) ସହ ମେଣ୍ଟ ହୋଇ ସାରିଥିବା ବେଳେ, କଂଗ୍ରେସ ସହ ମେଣ୍ଟ ନହେବାର ନିଷ୍ପତ୍ତି ପାରସ୍ପରିକ ସମ୍ମାନ ଉପରେ ଆଧାରିତ ବୋଲି ବସପା ପକ୍ଷରୁ କୁହାଯାଇଛି। ଅପରପକ୍ଷେ, ସପା-ବସପା ମେଣ୍ଟ ଏକାକୀ ବିଜେପିକୁ ହଟାଇବାରେ ସକ୍ଷମ ବୋଲି ମାୟାବତୀ ଦୃଢ଼ୋକ୍ତି କରିବା ସହ କଂଗ୍ରେସ ସହ ମେଣ୍ଟ ହେଲେ ଦଳକୁ କୌଣସି ଫାଇଦା ମିଳିବନି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର