ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ସଂସଦରେ ଆଗତ ହେଲା ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସରକାର ପ୍ରତି ବିପଦ ମାଡ଼ି ଆସୁଛି। ଦେଶର ଅସ୍ପଷ୍ଟ ରାଜନୈତିକ ପରିସ୍ଥିତି ମଧ୍ୟରେ ଆଜି ବିରୋଧୀଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଗୃହରେ ବିରୋଧୀଦଳର ନେତା ଶାହବାଜ ସରିଫ ଏହି ପ୍ରସ୍ତାବକୁ ଗୃହ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ବର୍ତ୍ତମାନ ଏନେଇ ୭ ଦିନ ମଧ୍ୟରେ ଗୃହରେ ଭୋଟ୍ ହେବା ସହ ଇମ୍ରାନ ଖାନଙ୍କୁ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ।

୩୪୨ସଦସ୍ୟ ବିଶିଷ୍ଟ ପାକିସ୍ତାନ ସଂସଦରେ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି (ପିଟିଆଇ) ର ୧୫୫ଜଣ ସଦସ୍ୟ ଅଛନ୍ତି ଏବଂ ସରକାରରେ ରହିବାକୁ ଅତି କମରେ ଇମ୍ରାନ ଖାନଙ୍କୁ ୧୭୨ସାଂସଦଙ୍କ ସମର୍ଥନର ଆବଶ୍ୟକତା ରହିଛି। ତେବେ ଇମ୍ରାନଙ୍କ ପାଖରେ ପୂର୍ବରୁ ୧୭୬ସାଂସଦଙ୍କ ସମର୍ଥନ ଥିଲା, କିନ୍ତୁ ୨୪ଜଣ ସାଂସଦ ତାଙ୍କ ହାତ ଛାଡ଼ିବା ପରେ ବର୍ତ୍ତମାନ କେବଳ ୧୫୨ସାଂସଦ ଇମ୍ରାନ ସରକାରଙ୍କ ସହ ଛିଡା ହୋଇଛନ୍ତି। ‌କ୍ଷମତାରେ ରହିବା ପାଇଁ ୧୭୨ସାଂସଦଙ୍କ ସମର୍ଥନର ଆବଶ୍ୟକତା  ଥିବା ବେଳେ ଇମ୍ରାନ କିଭଳି ନିଜର ଆସନକୁ ସୁରକ୍ଷିତ କରିବେ ତାହା ଦେଖିବାକୁ ବାକି ରହିଲା।

ତେବେ ଗତକାଲି ଇମ୍ରାନ ଖାନ୍ ଇସଲାମାବାଦରେ ଏକ ବିଶାଳ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ରାଲିରେ କୌଣସି ଘରୋଇ ଗଣମାଧ୍ୟମ ସଂସ୍ଥାର କ୍ୟାମେରା ବ୍ୟବହାରକୁ ଅନୁମତି ଦିଆଯାଇ ନଥିଲା। ଫୁଟେଜ୍ ଏବଂ ଫଟୋ ପାଇଁ ସେମାନଙ୍କୁ କେବଳ ମୋବାଇଲ କ୍ୟାମେରା ବ୍ୟବହାର ଅନୁମତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର