ଏଇ ସପ୍ତାହରେ ବ୍ୟାଙ୍କ୍‌ କ୍ରମାଗତ ଛୁଟି ରହିବ ନାହିଁ: ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ଛୁଟି ତାରିଖ

ନୂଆଦିଲ୍ଲୀ: ସୋମବାର ସରକାରୀ ସୂତ୍ରରୁ ଜଣାଯାଇଛି, ଗୁରୁବାର ଠାରୁ ଆରମ୍ଭ କରି କ୍ରମାଗତ ପରବର୍ତ୍ତୀ ୫ ଦିନ ଯାଏଁ ବ୍ୟାଙ୍କ୍‌ ବନ୍ଦ ରହିବ ବୋଲି ଯେଉଁ ପ୍ରଚାର ହୋଇଛି ତାହା ଠିକ ନୁହେଁ। ଚଳିତ ମାସରେ ବ୍ୟାଙ୍କ କେବଳ ୨୯ ଓ ୩୦ ତାରିଖ ଛୁଟି ରହିବ।

ଅଲ୍‌ ଇଣ୍ଡିଆ ବ୍ୟାଙ୍କ୍‌ ଅଫିସର୍ସ କନ୍‌ଫେଡେରେସନ୍‌ର ସାଧାରଣ ସମ୍ପାଦକ ଡି ଟୋମାସ୍‌ ଫ୍ରାଙ୍କୋ ରାଜେନ୍ଦ୍ର ଦେବ ଗଣମାଧମକୁ କହିଛନ୍ତି: ମାର୍ଚ ୩୧ ତାରିଖ ଶନିବାର ଦିନ ମଧ୍ୟ ବ୍ୟାଙ୍କ୍‌ ଖୋଲା ରହିବ ଏବଂ କାରବାର ମଧ୍ୟ ହେବ । ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଖବର ଅନୁଯାୟୀ ବ୍ୟାଙ୍କ ଲାଗି ଲାଗି ଛୁଟି ରହିବ ନାହିଁ।

ସେ କହିଛନ୍ତି ଯେ କେବଳ ମହାବୀର ଜୟନ୍ତୀ ଏବଂ ଗୁଡ୍‌ ଫ୍ରାଇଡେ ଉପଲକ୍ଷେ ବ୍ୟାଙ୍କ୍‌ ବନ୍ଦ ରହିବ।

ଏଥର ଶନିବାର ମାସର ପଞ୍ଚମ ଶନିବାର ହୋଇଥିବାରୁ ବ୍ୟାଙ୍କ୍‌ ଖୋଲା ରହିବ। ବ୍ୟାଙ୍କ୍‌ କେବଳ ଦ୍ୱିତୀୟ ଓ ଚତୁର୍ଥ ଶନିବାରେ ବନ୍ଦ ରହେ।
ବାର୍ଷିକ ଆକାଉଣ୍ଟ୍‌ କ୍ଲୋଜ୍‌ ନିମନ୍ତେ ଏପ୍ରିଲ୍‌ ୨ ତାରିଖ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ।

ଏ ସପ୍ତାହ ଓ ଆଗାମୀ ସପ୍ତାହ ପାଇଁ ମନେରଖିବାକୁ ଗୁରୁତ୍ୱପୂର୍ଣ୍ଣ ତାରିଖ

ମାର୍ଚ ୨୯ ତାରିଖ ଗୁରୁବାର ଦିନ ମହାବୀର ଜୟନ୍ତୀ ପାଇଁ ଛୁଟି

ମାର୍ଚ ୩୦ ତାରିଖ ଶୁକ୍ରବାର ଦିନ ଗୁଡ୍‌ ଫ୍ରାଇଡେ ଓ ହଜ୍‌ରତ୍‌ ଅଲିଙ୍କ ଜନ୍ମଦିନ ପାଇଁ ଛୁଟି

ଏପ୍ରିଲ୍‌ ୨ ତାରିଖ ରବିବାର ଦିନ ବ୍ୟାଙ୍କ୍‌ ଆକାଉଣ୍ଟ୍‌ କ୍ଲୋଜିଙ୍ଗ୍‌ ପାଇଁ ଛୁଟି

ସମ୍ବନ୍ଧିତ ଖବର