ନୂଆଦିଲ୍ଲୀ: ୨୦୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ କୌଣସି କରୋନାଭାଇରସ୍ ଟିକା ଉପଲବ୍ଧ ହେବ ନାହିଁ। କରୋନା ଟିକା ଆସିଲେ ମଧ୍ୟ ଏହାକୁ ବଜାରରେ ସହଜରେ ଉପଲବ୍ଧ ହେବା ପାଇଁ ଆହୁରି ବର୍ଷେ ସମୟ ଲାଗିବ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ଏକ ସାକ୍ଷାତକାରରେ ରଣଦୀପ ଗୁଲେରିଆ କହିଛନ୍ତି ଯେ, ସାଧାରଣ ଲୋକଙ୍କ ପାଇଁ ସହଜରେ ଟିକା ଉପଲବ୍ଧ ହେବା ପାଇଁ ଏକ ବର୍ଷରୁ ଅଧିକ ସମୟ ଲାଗିବ। ଆମ ଦେଶରେ ଜନସଂଖ୍ୟା ବହୁତ ଅଧିକ। ଫ୍ଲୁ ଟିକା ପରି ବଜାରରୁ ଟିକା କିପରି କିଣାଯାଇପାରିବ ଏବଂ ଏହାକୁ ଗ୍ରହଣ କରାଯାଇପାରିବ ତାହା ଦେଖିବା ପାଇଁ ଆମକୁ ସମୟ ଦରକାର ବୋଲି କହିଛନ୍ତି ରଣଦୀପ ଗୁଲେରିଆ ।
CNBCTV18କରୋନାଭାଇରସ୍ ଟିକା ଉପଲବ୍ଧ ହେବା ପରେ ଭାରତ ସମ୍ମୁଖୀନ ହେବାକୁ ଥିବା ଚ୍ୟାଲେଞ୍ଜଗୁଡିକ ବିଷୟରେ ପଚରାଯିବାରୁ ଏମ୍ସ ନିର୍ଦ୍ଦେଶକ କହିଛନ୍ତି ଯେ, ଏହାର ବଣ୍ଟନ ହେଉଛି ଆମ ପାଇଁ ମୁଖ୍ୟ ଆହ୍ବାନ, ଯାହାଦ୍ବାରା ଏହା ଦେଶର ପ୍ରତ୍ୟେକ ଭାଗରେ ପହଞ୍ଚିବ। ସେ କହିଛନ୍ତି, ଟିକାକୁ ଶୀତଳୀକୃତ ଅବସ୍ଥାରେ ରଖିବା, ପର୍ଯ୍ୟାପ୍ତ ପରିମାଣର ସିରିଞ୍ଜ, ପର୍ଯ୍ୟାପ୍ତ ଛୁଞ୍ଚି ରହିବା ଏବଂ ଏହାକୁ ଦେଶର ଦୂରଦୂରାନ୍ତରେ ପହଞ୍ଚାଇବାରେ ସକ୍ଷମ ହେବା ହେଉଛି ସବୁଠାରୁ ବଡ ଚ୍ୟାଲେଞ୍ଜ। ଦ୍ବିତୀୟ ଚ୍ୟାଲେଞ୍ଜ ହେଉଛି, ଯଦି ପରେ ଆସିଥିବା ଟିକା ପ୍ରଥମ ଟିକାଠାରୁ ଅଧିକ ପ୍ରଭାବଶାଳୀ ହୁଏ, ତେବେ କାହାକୁ ପ୍ରଥମ ଟିକା ଦିଆଯିବ ଏବଂ କାହାକୁ ଦ୍ବିତୀୟ ଟିକା ଦିଆଯିବ, ତାହା ମଧ୍ୟ ଦେଖିବାକୁ ହେବ।
ରଣଦୀପ ଗୁଲେରିଆ ଏହା ମଧ୍ୟ କହିଛନ୍ତି ଯେ ଟିକାକରଣ ସହିତ କରୋନାଭାଇରସ୍ ସଂକ୍ରମଣ ଲୋପ ପାଇବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-96.jpg)