ନୂଆଦିଲ୍ଲୀ: କରୋନା କାଳରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଅନେକ ଥର ବିଶ୍ୱବାସୀଙ୍କୁ ସତର୍କ କରାଯାଇଥିବା ବେଳେ ଆଜି କୋଭିଡ -୧୯ ମାମଲାରେ ବୃଦ୍ଧି ଘଟିବା ନେଇ ଚେତାବନୀ ଦେଇଛି 'ହୁ' | ଯେ ପର୍ଯ୍ୟନ୍ତ କରୋନା ଭୂତାଣୁ କୌଣସି ଗୋଟେ ଦେଶରେ ବ୍ୟାପୁଛି, ସେ ପର୍ଯ୍ୟନ୍ତ କୌଣସି ଦେଶ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇପାରିବେ ନାହିଁ ବୋଲି କହିଛି 'ହୁ'|
ପଶ୍ଚିମ ପ୍ରଶାନ୍ତ ମହାସାଗର ପାଇଁ 'ହୁ'ର ଆଞ୍ଚଳିକ ନିର୍ଦ୍ଦେଶକ ଥିବା ଡାକ୍ତର ଟକେଶୀ କସାଇ କହିଛନ୍ତି ଯେ, ଭବିଷ୍ୟତରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ବିଶ୍ୱବାସୀ ପ୍ରସ୍ତୁତ ହେବା ଆବଶ୍ୟକ। ଯେପର୍ଯ୍ୟନ୍ତ ଭୂତାଣୁ ସାରା ବିଶ୍ୱରୁ ଲୋପ ପାଇଁ ନାହିଁ, ସେ ପର୍ଯ୍ୟନ୍ତ କୌଣସି ଦେଶ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହନ୍ତି |
Amar Ujalaଏହା ପୂର୍ବରୁ ଡବ୍ଲୁଏଚଓର ମୁଖ୍ୟ ଟ୍ରେଡୋସ ଆଧାନମ ଘେବ୍ରେୟସସ କହିଥିଲେ ଯେ ଆଗକୁ ଆହୁରି ଖରାପ ସମୟ ଆସିବାକୁ ଯାଉଛି । ନିକଟ ଭବିଷ୍ୟତରେ କରୋନା ଭାଇରସ ଯିବାଭଳି ଲାଗୁନାହିଁ । ଅନେକ ଦେଶ ଲକଡାଉନ ଖୋଲିବା ପରେ ପୁଣି ଥରେ କରୋନା ସଂକ୍ରମଣ ସଂଖ୍ୟା ବଢିଯାଇଛି । ଏହି ଭାଇରସ ଆହୁରି ବଢିବାର ଆଶଙ୍କା ରହିଛି । ଆମେ ସମସ୍ତେ ଏହା ଶେଷ ହେଉ ବୋଲି ଚାହୁଁଛୁ, କିନ୍ତୁ କହିବାକୁ ଖରାପ ଲାଗିଲେ ମଧ୍ୟ ଏହା ସତ ଯେ ନିକଟ ଭବିଷ୍ୟତରେ ଏହା ଆମ ଜୀବନରୁ ଯିବାଭଳି ଲାଗୁନାହିଁ । ଯଦିଓ କରୋନା ମୁକାବିଲା କ୍ଷେତ୍ରରେ ଅନେକ ଦେଶ ଅଗ୍ରଗତିି କରିଛନ୍ତି, କିନ୍ତୁ ପ୍ରକୃତରେ କରୋନା ମାଡ଼ିଚାଲିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Who-01_Thumb-2.jpg)