୨୦୨୧ ପୂର୍ବରୁ କରୋନା ଟିକା ବାହାରିବା ସମ୍ଭବ ନୁହେଁ; ସଂସଦୀୟ ସ୍ଥାୟୀ କମିଟିକୁ କହିଲେ ସରକାରୀ ଅଧିକାରୀ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ମଧ୍ୟରେ କରୋନା ଟିକା ବାହାରିବା ସମ୍ଭବ ନୁହେଁ । ଏମିତି କି ଆସନ୍ତା ବର୍ଷ ପର୍ଯ୍ୟନ୍ତ କରୋନାଭାଇରସ୍ ଟିକା ସମ୍ଭବ ନୁହେଁ ବୋଲି ସରକାରୀ ଅଧିକାରୀମାନେ ଶୁକ୍ରବାର ଦିନ ସଂସଦୀୟ ସ୍ଥାୟୀ କମିଟିକୁ କହିଛନ୍ତି। ମହାମାରୀର ମୁକାବିଲା ପାଇଁ ବୈଜ୍ଞାନିକ ଏବଂ ଗବେଷକମାନଙ୍କ ଦ୍ୱାରା ବିଶ୍ୱସ୍ତରୀୟ ଦୌଡ଼ ଚାଲିଥିବା ମଧ୍ୟରେ ସରକାରୀ ଅଧିକାରୀମାନେ ଏଭଳି ବୟାନ ଦେଇଛନ୍ତି |

ସଂସଦରେ ଆୟୋଜିତ ସାଂସଦଙ୍କ ପ୍ୟାନେଲର ଶୁକ୍ରବାର ଆୟୋଜିତ ହୋଇଥିବା ବୈଠକରେ ସରକାରୀ ପରାମର୍ଶଦାତା ତଥା ଅଧିକାରୀମାନେ ସାଂସଦମାନଙ୍କୁ କହିଛନ୍ତି ଯେ, ଟିକା ଏବଂ ଜେନେରିକ ଔଷଧର ଅଗ୍ରଣୀ ଉତ୍ପାଦକ ଭାବେ ଭାରତ ବିଶ୍ୱ ଦୌଡ଼ରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି। ବିଶ୍ୱର ପ୍ରାୟ ୬୦ପ୍ରତିଶତ ଟିକା ଭାରତରେ ବିକଶିତ ହୋଇଛି ତେଣୁ ଆମର ଆଶା ଅଛି ଯେ ଏହି ଟିକା ଖୋଜିବା କିମ୍ବା ଉତ୍ପାଦନ କରିବାରେ ଭାରତ ଆଗରେ ରହିବ। କିନ୍ତୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ କରୋନାଭାଇରସ୍ ଟିକା ବାହାରିବା ସମ୍ଭବ ନୁହେଁ ବୋଲି ସାଂସଦମାନଙ୍କୁ କହିଛନ୍ତି ସରକାରୀ ଅଧିକାରୀ ।

Covid-19 vaccine development sees unparalleled progress - india ...
Hindustan Times

ସୂଚନା ମୁତାବକ, ବାୟୋଟେକ୍ନୋଲୋଜି ବିଭାଗର ବରିଷ୍ଠ ଅଧିକାରୀ, ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ବିଭାଗ, ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ପରିଷଦ ତଥା ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନଙ୍କୁ ସଂସଦୀୟ ସ୍ଥାୟୀ କମିଟିକୁ ସୂଚନା ଦେବା ପାଇଁ ଡ଼କାଯାଇଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର