ନୂଆଦିଲ୍ଲୀ: ଗତବର୍ଷ ଭଳି ଏଥର ମଧ୍ୟ ଦିଲ୍ଲୀରେ ବାଣ ଫୁଟାଯିବ ନାହିଁ | ବାଣ ବିକ୍ରି ଉପରେ ଏଥର ମଧ୍ୟ କେଜ୍ରିୱାଲ ସରକାର କଟକଣା ଜାରି କରିଛନ୍ତି | ସୂଚନା ମୁତାବକ ଦିଲ୍ଲୀରେ ଶୀତ ଋତୁରେ ବଢୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି | ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଆଦେଶ ମୁତାବକ ବାଣ ବିକ୍ରି ଓ ବ୍ୟବହାରକୁ ନିଷିଦ୍ଧ କରାଯାଇଛି | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ଲେଖିଛନ୍ତି ଯେ ଗତ ୩ ବର୍ଷ ଧରି ଦୀପାବଳି ସମୟରେ ଦିଲ୍ଲୀରେ ହେଉଥିବା ପ୍ରଦୂଷଣକୁ ନଜରରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ବାଣ ବିକ୍ରି ସହ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି |

Advertisment


ଅନ୍ୟ ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ ଗତବର୍ଷ କଟକଣା ଲଗାଯିବା ଦ୍ୱାରା ବାଣ ବିକ୍ରି ହୋଇପାରିନଥିଲା ଓ ବ୍ୟବସାୟୀଙ୍କୁ ବହୁତ କ୍ଷତି ହୋଇଥିଲା | ତେଣୁ ଚଳିତବର୍ଷ ବାଣ ରଖନ୍ତୁ ନାହିଁ ବୋଲି ସେ ବ୍ୟବସାୟୀମାନଙ୍କୁ ଅନୁରୋଧ କରିଛନ୍ତି | ସୂଚନା ଥାଉ କି ପ୍ରତିବର୍ଷ ଦୀପାବଳି ସମୟରେ ବାଣ ଫୁଟାଯିବା ଦ୍ୱାରା ଦିଲ୍ଲୀର ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଥାଏ। ଆଉ ସେଥିପାଇଁ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଛି, ଯାହା ଦ୍ୱାରା ଲୋକଙ୍କ ଜୀବନ ରକ୍ଷା ହୋଇପାରିବ।