ରେଳ ସେବା ବନ୍ଦ ହେବ ନାହିଁ କିମ୍ବା ସୀମିତ କରାଯିବ ନାହିଁ : ଭାରତୀୟ ରେଳ

ଦିଲ୍ଲୀ : କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଥିଲେ ବି ରେଳସେବାକୁ ଆହୁରି ହ୍ରାସ କରାଯିବ ନାହିଁ । ରେଳ ସେବା ପୂର୍ବବତ୍ ଚାଲୁ ରହିବ । ଯଦି ଯାତ୍ରୀ ଚାହିଦା ବଢେ ତେବେ ଅଧିକ ସଂଖ୍ୟକ ଟ୍ରେନ ଚଳାଯିବ ବୋଲି ଭାରତୀୟ ରେଳ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

ରେଳବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମା କହିଛନ୍ତି ଯେ ଯାତ୍ରୀ ସଂଖ୍ୟା ବଢିଲେ ଆହୁରି ଅଧିକ ସଂଖ୍ୟକ ଟ୍ରେନ ଚଳାଯିବ ।  ତେବେ ରେଳଯାତ୍ରା ପାଇଁ କୋଭିଡ୍ ନେଗେଟିଭ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇନାହିଁ ।

 ଦେଶରେ କରୋନା ମହାମାରୀର ୨ୟ ଲହରୀ ଆରମ୍ଭ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ବିଭିନ୍ନ ସ୍ତରରେ କଟକଣା ଲଗାଇଛନ୍ତି । କେତେକ ରାଜ୍ୟରେ ରାତି କର୍ଫ୍ୟୁ ଲଗାଯାଇଛି । ଏହା ଫଳରେ ବିଭିନ୍ନ ସହରରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ଆରମ୍ଭ କରିଦେଇଛନ୍ତି । ଏଥିପାଇଁ ରେଳ ଷ୍ଟେସନଗୁଡ଼ିକରେ ଜନଗହଳି ବଢିବାରେ ଲାଗିଛି । ଗତ ବର୍ଷ ପରି କାଳେ ଲକଡାଉନ ହେବ ଓ ରେଳସେବା ବନ୍ଦ ହୋଇଯିବ ‌ସେଥିପାଇଁ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି ।

ସମ୍ବନ୍ଧିତ ଖବର