ଆସନ୍ତା ବର୍ଷଠାରୁ କେନ୍ଦ୍ର ସରକାରୀ ବିଭାଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ ଡାଇରୀ,କ୍ୟାଲେଣ୍ଡର ଛପାଇ ପାରିବେ ନାହିଁ

ନୂଆଦିଲ୍ଲୀ : ଆପଣ ୨୦୨୧ ବର୍ଷ ପାଇଁ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ରାଷ୍ଟ୍ରାୟତ୍ତ ସଂସ୍ଥା, କେନ୍ଦ୍ର ସରକାରୀ ବିଭାଗର ନାଁ ଲେଖାଥିବା ଡାଇରୀ, କ୍ୟାଲେଣ୍ଡର ଆଦି ଦେଖିବାକୁ ପାଇବେ ନାହିଁ । କାରଣ କେନ୍ଦ୍ର ସରକାର  ସବୁପ୍ରକାରର ଡାଇରୀ, କ୍ୟାଲେଣ୍ଡର, ଗ୍ରିଟିଂ କାର୍ଡ ଆଦି ଛପାକୁ ନିଷିଦ୍ଧ କରିଛନ୍ତି । ଖର୍ଚ୍ଚ କାଟ ଓ ଡିଜିଟାଲ ଇଣ୍ଡିଆକୁ ପ୍ରେତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।
ଅର୍ଥମନ୍ତ୍ରାଳୟ ଅଧିନସ୍ଥ ଖର୍ଚ୍ଚ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରି ଆସନ୍ତା ବର୍ଷ ପାଇଁ ଛପାହେବାକୁ ଥିବାଡାଇରୀ, କ୍ୟାଲେଣ୍ଡର, ଗ୍ରିଟିଂ କାର୍ଡ, ଟେବୁଲ କ୍ୟାଲେଣ୍ଡର ଆଦିର ପ୍ରକାଶନକୁ ବାରଣ କରାଯାଇଛି । ଏହି ନିର୍ଦ୍ଦେଶ ସବୁ ସରକାରୀ ମନ୍ତ୍ରାଳୟ, ବିଭାଗ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ରାଷ୍ଟ୍ରାୟତ୍ତ ଉଦ୍ଦ୍ୟୋଗଗୁଡ଼ିକ ପାଇଁ ଏହି କଟକଣା ଲାଗୁ ହେବ ।

ସରକାରଙ୍କ ଏହି ନିର୍ଦ୍ଦେଶ ଡିଜିଟାଲ ଇଣ୍ଡିଆକୁ ପ୍ରେତ୍ସାହିତ କରିବାକୁ କୁହାଯାଉଥିଲେ ମଧ୍ୟ ପ୍ରକୃତରେ ଏହା ଦ୍ୱାରା ସରକାରଙ୍କ ଶହ ଶହ କୋଟି ଟଙ୍କା ସଂଚୟ ହୋଇପାରିବ । ଏବେ କରୋନା ମହାମାରୀ ଯୋଗୁଁ ସରକାରଙ୍କ ରାଜସ୍ୱ ଆଦାୟ କମିଥିବାରୁ ସରକାର ବିଭିନ୍ନ ଖର୍ଚ୍ଚକାଟ କରୁଛନ୍ତି । କ୍ୟାଲେଣ୍ଡର, ଡାଇରୀ ଆଜି ଛପା ନାଁରେ ପ୍ରତି ବର୍ଷ ସରକାରୀ ତହବିଲରୁ ଶହ ଶହ କୋଟି ବ୍ୟୟ ହୋଇଥାଏ । ସେଗୁଡ଼ିକର ପରିବହନ ପାଇଁ ମଧ୍ୟ ଅର୍ଥ ବ୍ୟୟ ହୋଇଥାଏ । ସରକାରଙ୍କ କଟକଣା ପରେ ଏସବୁ ଅର୍ଥ ବଞ୍ଚିଯିବ ।

ସମ୍ବନ୍ଧିତ ଖବର