ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଏଥର ବିରୋଧୀଙ୍କ ପକ୍ଷରୁ ଲିଖିତ ଆକାରରେ ପ୍ରଶ୍ନ ପଚରାଯାଉଛି। ଅଧିବେଶନରେ କରୋନା ସଙ୍କଟ ଅବଧି ଏବଂ ଲକଡାଉନ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ଉପରେ ଆସିଥିବା ଅନେକ ସଙ୍କଟ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ ପଚରାଯାଇଥିଲା | ସେପଟେ କେତେକ ବିରୋଧୀ ସାଂସଦ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ସୂଚନା ମାଗିଥିଲେ ଯେଉଁଥିରେ ସରକାର କହିଥିଲେ ଯେ ସେମାନଙ୍କ ପାଖରେ ସେ ନେଇ କୌଣସି ତଥ୍ୟ ନାହିଁ।
ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଉପରେ ପ୍ରଶ୍ନ ଉଠିଥିଲା। ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଚିହ୍ନଟ କରିବାରେ ସରକାର ଭୁଲ କରିଛନ୍ତି କି? ଲକଡାଉନ ସମୟରେ କେତେ ଶ୍ରମିକଙ୍କ ମୃତ୍ୟୁ ଘଟିଛି ସେନେଇ ସରକାରଙ୍କ ପାଖରେ ତଥ୍ୟ ଅଛି କି? ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। ଏହା ବ୍ୟତୀତ ପ୍ରଶ୍ନ କରାଯାଇଥିଲା ଯେ ସରକାର ସମସ୍ତ ରାସନ କାର୍ଡଧାରୀଙ୍କୁ ମାଗଣାରେ ରାସନ ଦେଇଛନ୍ତି କି ନାହିଁ, ଯଦି ହଁ, ତେବେ ଏହା ବିଷୟରେ ସୂଚନା ଦିଅନ୍ତୁ। ଏହା ବ୍ୟତୀତ କରୋନା ସଙ୍କଟ ସମୟରେ ସରକାର ନେଇଥିବା ଅନ୍ୟାନ୍ୟ ପଦକ୍ଷେପ ବିଷୟରେ ସୂଚନା ମଗାଯାଇଥିଲା।
The Hinduକେନ୍ଦ୍ର ସରକାରଙ୍କ ତରଫରୁ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଏକ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଏକ ଦେଶ ଭାବରେ କେନ୍ଦ୍ର-ରାଜ୍ୟ ସରକାର ଏବଂ ସ୍ଥାନୀୟ ସଂସ୍ଥା କରୋନା ବିରୋଧରେ ଲଢ଼ିଛନ୍ତି। ମୃତ୍ୟୁସଂଖ୍ୟା ସମ୍ପର୍କରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଏହା ସହ କେତେ ଲୋକ ଚାକିରି ହରାଇଛନ୍ତି, ସେ ତଥ୍ୟ ମଧ୍ୟ ସରକାରଙ୍କ ପାଖରେ ନଥିବା କହିଛନ୍ତି ସନ୍ତୋଷ କୁମାର ଗଙ୍ଗୱାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/t-104.jpg)