ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ଆୟକର ରିଫଣ୍ଡ ସଂପର୍କରେ କୌଣସି ତଥ୍ୟ ନାହିଁ : ପିଏମଓ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ବ୍ୟକ୍ତିଗତ ଆୟକର ରିଫଣ୍ଡ ସଂପର୍କରେ କୌଣସି ତଥ୍ୟ ନାହିଁ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆୟକର ରିଫଣ୍ଡ ସଂପର୍କରେ ତଥ୍ୟ ଦେବାକୁ ସୂଚନା ଅଧିକାର ଆଇନ ବଳରେ କରାଯାଇଥିବା ଏକ ଆବେଦନକୁ ଖାରଜ କରି ପିଏମଓ ଏହା କହିଛି ।

ଏହି ଆରଟିଆଇ ଆବେଦନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଆୟକର ପ୍ରଦାନ ସଂପର୍କିତ ତଥ୍ୟ ଦେବା ପାଇଁ କୁହାଯାଇଥିଲା । କିନ୍ତୁ ଏହା ବ୍ୟକ୍ତିଗତ ତଥ୍ୟ ହୋଇଥିବାରୁ ଏହା ସୂଚନା ଅଧିକାର ଆଇନର ଧାରା ୮(୧) (ଜେ) ବଳରେ ଦିଆଯାଇପାରିବ ନାହିଁ ।

ଆୟକର ବିଭାଗର ତଥ୍ୟ ଅନୁସାରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧୮ ବର୍ଷ ମଧ୍ୟରେ ୪ ଥର ଆୟକର ରିଫଣ୍ଡ ପାଇଛନ୍ତି । ତେବେ ଆୟକର ବିଭାଗ େଓ୍ଵବସାଇଟରେ ଏହି ରିଫଣ୍ଡ ଓ ତାହାର ତାରିଖ ସଂପର୍କରେ କୁହାଯାଇଥିବାବେଳେ ସେଥିରେ ରିଫଣ୍ଡ ପରିମାଣ ସଂପର୍କରେ ଲେଖାଯାଇନାହିଁ । ଶେଷଥର ପାଇଁ ଗତ ସେପ୍ଟେମ୍ବର ୨୬, ୨୦୧୮ରେ ମୋଦି ନିଜର ବ୍ୟାଙ୍କ ଖାତାରେ ଆୟକର ରିଫଣ୍ଡ ପାଇଥିଲେ ।

ସମ୍ବନ୍ଧିତ ଖବର