ନୂଆଦିଲ୍ଲୀ : ଫ୍ରାନ୍ସର ରାଫେଲ କାର୍ଯ୍ୟାଳୟରୁ କୌଣସି ପ୍ରକାରର ତଥ୍ୟ ଚୋରି ହୋଇନାହିଁ ବୋଲି ଶୁକ୍ରବାର କହିିଛି ଭାରତୀୟ ବାୟୁସେନା । ମେ’ ୨୦୧୯ରେ ଫ୍ରାନ୍ସର ରାଫେଲ କାର୍ଯ୍ୟାଳୟରୁ ତଥ୍ୟ ଚୋରି ହୋଇଥିବା ନେଇ ସୂଚନା ମିଳିବା ପରେ ଭାରତୀୟ ବାୟୁସେନାକୁ ଏ ନେଇ ଫ୍ରାନ୍ସକୁ ଯାଞ୍ଚ ପାଇଁ ପଠା ଯାଇଥିଲା । ଯାଞ୍ଚ ପରେ ସେଭଳି କୌଣସି ତଥ୍ୟ ଚୋରି ହୋଇ ନାହିଁ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ।
ତଥ୍ୟ ଚୋରି ନେଇ ଚର୍ଚ୍ଚା ହେବା ପରେ ତିନି ଜଣିଆ ସାଇବର ଫରେନସିକ୍ ଟିମ୍ ଯାଇ ଫ୍ରାନ୍ସରେ ପହଞ୍ଚିଥିଲା । ସେଠାରେ ଯାଇ ଯାଞ୍ଚ କରିବା ପରେ କୌଣସି ବି ତଥ୍ୟ ଚୋରି ହୋଇ ନଥିବା ଜାଣିବାକୁ ପାଇଥିଲା ଟିମ୍ । ଏହା ପରେ ଭାରତୀୟ ବାୟୁସେନା ପକ୍ଷରୁ ଯାଞ୍ଚର ବିସ୍ତତ ରିପୋର୍ଟ ଏବେ ପ୍ରତିରକ୍ଷା ମନ୍ତ୍ରାଳୟକୁ ପଠାଇ ଦିଆଯାଇଥିବା ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2019/06/rafale_jet_0_0_0-300x169.jpeg)
ସୂଚନା ମୁତାବକ, ମେ’ ମାସରେ ଫ୍ରାନ୍ସରେ ଥିବା ଭାରତୀୟ ରାଫେଲ ପ୍ରୋଜେକ୍ଟ ଟିମ୍ ଅଫିସରେ ଜଣେ ଅଜଣା ଯୁବକ ପଶି ଭଙ୍ଗାରୁଜା କରିଥିଲେ । ଯାହା ପାଇଁ ଯୁବକଜଣଙ୍କ ବିମାନ ସମ୍ବନ୍ଧିତ କୌଣସି ତଥ୍ୟ ଚୋରି କରି ନେଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ସବୁ ସନ୍ଦେହକୁ ଦୂର କରିଛି ଭାରତୀୟ ବାୟୁସେନାର ସାଇବର ଫରେନସିକ୍ ଟିମ୍ ।