ମିଲିଟାରି କ୍ୟାଣ୍ଟିନ୍‌ରେ କେବଳ ‘ମେଡ୍‌ ଇନ୍ ଇଣ୍ଡିଆ’ ଉତ୍ପାଦ ବିକ୍ରି ଲାଗି ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ପରିଚାଳିତ ମିଲିଟାରି କ୍ୟାଣ୍ଟିନ୍‌ରେ କେବଳ ‘ମେଡ୍‌ ଇନ୍‌ ଇଣ୍ଡିଆ’ ସାମଗ୍ରୀ ବିକ୍ରୟ ନିମନ୍ତେ ଏଯାବତ୍ ନିଷ୍ପତ୍ତି ହୋଇ ନ ଥିବା କଥା ଶନିବାର ଦିନ କେନ୍ଦ୍ର ସରକାର କହିଛନ୍ତି। ରାଜ୍ୟସଭାରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଇକ କହିଛନ୍ତି ଯେ, ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ ଗୁରତ୍ବାରୋପ କରିଥିବା ଆତ୍ମନିର୍ଭର ଏବଂ ‘ଭୋକାଲ୍ ଫର୍ ଲୋକାଲ୍’କୁ ଆଧାର କରି ନିଜ ଷ୍ଟୋର୍‌ମାନଙ୍କରେ କେବଳ ‘ମେଡ୍‌ ଇନ୍ ଇଣ୍ଡିଆ’ ଉତ୍ପାଦ ବ୍ୟବହାର ଓ ବିକ୍ରୟ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ବିଚାର କରୁଛି କି, ନାହିଁ ପ୍ରଶ୍ନର ଉତ୍ତର ଦେଇ ନାଇକ ଏକଥା କହିଛନ୍ତି।

Image Courtesy of The Economic Times

ଉତ୍ତରରେ ନାଇକ କହିଲେ ଯେ, ୨୦୧୭-୧୮ରେ ସାମରିକ କ୍ୟାଣ୍ଟିନ୍‌ମାନଙ୍କର ସମୁଦାୟ କାରବାର ଥିଲା ୧୭,୧୯୦ କୋଟି ଟଙ୍କା। ୨୦୧୮-୧୯ରେ ଏହା ବୃଦ୍ଧି ପାଇ ୧୮,୯୧୭ ଟଙ୍କାରେ ପହଞ୍ଚିଥିଲା। ୨୦୧୯-୨୦ରେ ସମୁଦାୟ କାରବାର ୧୭, ୫୮୮ କୋଟି ଟଙ୍କାର ହୋଇଥିବା ରିପୋର୍ଟ ହୋଇଛି।

ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟଯାଏଁ ୩, ୬୯୨ କୋଟି ଟଙ୍କା କାରବାର ହୋଇଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର