ଆଉ ଆକର୍ଷଣୀୟ ରିହାତି ଦେବେନି ଜୋମାଟୋ, ସ୍ୱୀଗି ପରି ଅନଲାଇନ ଫୁଡ ଆଗ୍ରିଗ୍ରେଟର ଆପ୍‌

ନୂଆଦିଲ୍ଲୀ : ଜୋମାଟୋ, ସ୍ୱିଗୀ ପରି ଅନଲାଇନ ଫୁଡ ଆଗ୍ରିଗ୍ରେଟର ଓ ଡେଲିଭରୀ ଆପ୍‌ମାନେ ଅତ୍ୟଧିକ ରିହାତି ପ୍ରଦାନରୁ ଦୂରେଇ ରହିବାକୁ ରାଜି ହୋଇଛନ୍ତି । ଆଜି ବିଭିନ୍ନ ରେସ୍ତୋରାଁ ସଂଘ ଓ ଫୁଡ ଆଗ୍ରିଗ୍ରେଟରମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ପରେ ଏ ନେଇ ସହମତି ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ ଯେ, ଜୋମାଟୋ, ସ୍ୱିଗୀ ପରି ଅନଲାଇନ ଫୁଡ ଆଗ୍ରିଗ୍ରେଟର ଓ ଡେଲିଭରୀ ଆପ୍‌ମାନେ ଖାଦ୍ୟ ଉପରେ ଅତ୍ୟଧିକ ରିହାତି ପ୍ରଦାନ କରୁଥିବାରୁ ପାରମ୍ପରିକ ରେସ୍ତୋରାଁମାନଙ୍କର ବ୍ୟବସାୟ ପ୍ରଭାବିତ ହୋଇଛି । ଲୋକମାନେ ରେସ୍ତୋରାଁ ଯିବା ଅପେକ୍ଷା ଘରେ ବସି ରିହାତି ଦାମରେ ଖାଦ୍ୟ ଅର୍ଡର କରିବାକୁ ଅଧିକ ପସନ୍ଦ କରୁଛନ୍ତି ।ଏହା ଫଳରେ ସେମାନଙ୍କ କ୍ଷତି ମଧ୍ୟ ବଢିଯାଇଛି ବୋଲି ଜାତୀୟ ରେସ୍ତୋରାଁ ସଂଘର ସଭାପତି ରାହୁଲ ସିଂ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗତ ୬ ଦିନରେ ସଂଘ ଅଧିନରେ ଆସୁଥିବା ପ୍ରାୟ ୧୮୦୦ରୁ ଅଧିକ ରେସ୍ତୋରାଁ ଅନଲାଇନ ଫୁଡ ଆଗ୍ରିଗ୍ରେଟର ଆପଗୁଡ଼ିକଠାରୁ ନିଜକୁ ଦୂରେଇ ରଖିଥିଲେ ।

ସମ୍ବନ୍ଧିତ ଖବର