ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ସଂକ୍ରାନ୍ତରେ ଭାରତୀୟ ଜନତା ପାର୍ଟି ତାର ନିଷ୍ପତ୍ତିରେ ଅଟଳ ରହିଛି। ରାମମନ୍ଦିର ନିର୍ମାଣ ଲୋକଙ୍କ ଭାବାବେଗ ସହିତ ଜଡ଼ିତ, ଏହାକୁ ଭୋଟ ରାଜନୀତି ଦୃଷ୍ଟିକୋଣରୁ ଦେଖିବା ଅନୁଚିତ।ତେବେ ଏହା ଆଗାମୀଦିନରେ ଶାସକ ଦଳ ପାଇଁ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସଂସଦରେ ଆଇନ ଆଣିବାକୁ ଭାରତୀୟ ଜନତା ପାର୍ଟି ଉପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ଚାପ ପକାଇବା ସହିତ ଖୋଲାଖୋଲଇ ଦାବି କରୁଛି। ଏପରିକି ବିଜେପି ସମର୍ଥକମାନେ ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦାବି କରୁଛନ୍ତି। ତେବେ ବିଜେପି ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ହେବାକୁ ଥିବା ନିରନ୍ତର ଶୁଣାଣିକୁ ଅପେକ୍ଷା କରିଛି।
ତେବେ ଅଯୋଧ୍ୟାରେ ଦୀପାବଳି ମନାଇବାକୁ ଆସୁଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ କହିଛନ୍ତି ଯେ ରାମମନ୍ଦିର ନିର୍ମାଣ ଲୋକଙ୍କ ଭାବାବେଗ ସହିତ ଜଡ଼ିତ। ତେଣୁ ଏହାକୁ ଭୋଟ ରାଜନୀତି ଦୃଷ୍ଟିକୋଣରୁ ଦେଖିବା ଉଚିତ ନୁହେଁ। ତେବେ ଆଗାମୀ ନିର୍ବାଚନରେ ରାମମନ୍ଦିର ପ୍ରସଙ୍ଗକୁ ଏଡାଇ ଯାଇ ବିକାଶ ପଥମ ପ୍ରସଙ୍ଗ ହେବ ବୋଲି ଆଦିତ୍ୟନାଥ ଯୋଗୀ କହିଛନ୍ତି।ତେବେ ଉତ୍ତରପ୍ରଦେଶରେ ମହାମେଣ୍ଟ ସମ୍ପର୍କରେ ଆଦିତ୍ୟନାଥ ଯୋଗୀ କହିଛନ୍ତି ଯେ ମେଣ୍ଟ ହେଉ ଅବା ନ ହେଉ, ବଜେପି ରାଜ୍ୟରେ ୭୩ଟି ଲୋକସଭା ଆସନରେ ନିଶ୍ଚିତ ବିଜୟୀ ହେବ।
ରାମମନ୍ଦିର ନିର୍ମାଣ ଲୋକଙ୍କ ଭାବାବେଗ ସହିତ ଜଡ଼ିତ, ଏହାକୁ ଭୋଟ ରାଜନୀତି ଦୃଷ୍ଟିକୋଣରୁ ଦେଖିବା ଅନୁଚିତ- ଆଦିତ୍ୟନାଥ ଯୋଗୀ
/sambad/media/post_attachments/wp-content/uploads/2018/10/yogi-jpg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)