ଭାରତ ଓ ଇରାନ୍‌ର ମିଳିତ ଉଦ୍ୟମରେ ଚାଲିଛି ଚାବହାର-ଜାହେଦାନ୍ ବନ୍ଦର ଏବଂ ରେଳ ପ୍ରକଳ୍ପ

ନୂଆଦିଲ୍ଲୀ: ଇରାନ୍‌ ସହ ହୋଇଥିବା ଚାବହାର-ଜାହେଦାନ୍ ରେଳ ପ୍ରକଳ୍ପ ଯୋଜନାରୁ ବାହାରି ଆସିଥିବା କଥାକୁ ଭାରତ ଆଜି ଅସ୍ବୀକାର କରିଛି। ଭାରତ କହିଛି ଯେ, ମିଳତ ଭାବେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପର ଲାଗି ଦେଇଥିବା ପ୍ରତିଶ୍ରୁତିରୁ ସେ ଓହରି ନାହିଁ। ଭାରତ ସରକାର କହିଛନ୍ତି, ଚାବହାର-ଜାହେଦାନ ରେଳପ୍ରକଳ୍ପ ପାଇଁ ଉଭୟ ପକ୍ଷ ପ୍ରତିବଦ୍ଧ। ସାମ୍ପ୍ରତିକ ରାଜନୈତିକ ପରିବେଶ ଯୋଗୁଁ ପ୍ରକଳ୍ପ ଅଗ୍ରଗତି ବାଧା ପାଇଛି।

ଆର୍ଥିକ ଚାପ ଯୋଗୁଁ ଇରାନ୍ କାର୍ଯ୍ୟ ଆରମ୍ଭ କରିବାରେ ବିଳମ୍ବ କରିଥିବାରୁ ଏ ଭଳି କଥା ଶୁଣିବାକୁ ମିଳୁଥିଲା।

ଚାବହାର-ଜାହେଦାନ୍ ବନ୍ଦର ଏବଂ ରେଳ ପ୍ରକଳ୍ପ ଏବଂ ଇରାନ୍‌ ମଧ୍ୟ ଦେଇ ମୁମ୍ବାଇରୁ ମସ୍କୋ ପର୍ଯ୍ୟନ୍ତ ଆନ୍ତର୍ଜାତିକ ଉତ୍ତର ଦକ୍ଷିଣ କରିଡର୍ ଭଳି ଗୁରୁତ୍ବପୂର୍ଣ୍ଣ ସଂଯୋଗ ପ୍ରକଳ୍ପଗୁଡ଼ିକ ଉପରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି।

Image Courtesy of Maritime Gateway

ଭାରତ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଉଭୟ ପକ୍ଷର ନିଷ୍ପତ୍ତି ଗ୍ରହଣକାରୀମାନେ ଏ ସମ୍ବନ୍ଧରେ ଖୁବ୍ ଉତ୍ସାହୀ ଅଛନ୍ତି। ତେଣୁ, ଏହା କେବଳ ଭାରତ-ଇରାନ୍ ଉପକ୍ରମ ନୁହେଁ, ଏଥିର କେନ୍ଦ୍ରୀୟ ଏସୀୟ ସାଧାରଣନ୍ତ୍ର ରାଷ୍ଟ୍ର ଏବଂ ଆଜରବୈଜାନ୍‌ ଜନରାଜ୍ୟର ମଧ୍ୟ ସ୍ବାର୍ଥ ରହିଛି।

ଇରାନ୍ ଗଣମାଧ୍ୟମ ସୂଚନା ଅନୁସାରେ, ଜୁଲାଇ ୭ ତାରିଖ ଦିନ ଇରାନ୍ ରେଳବାଇ ୬୨୮ କିଲୋମିଟର୍ ରେଳବାଇ ପ୍ରକଳ୍ପର ଧାରଣା ପକାଇବା ଆରମ୍ଭ କରିଛି। ମାର୍ଚ ୨୦୨୧ ସୁଦ୍ଧା ଏହି ପ୍ରକଳ୍ପର ୧୫୦ କିଲୋମିଟର ସେକ୍ସନ୍ ଶେଷ ହେବା ଲକ୍ଷ୍ୟ ରଖାଯାଇଛି।

 

ସମ୍ବନ୍ଧିତ ଖବର