ଆତଙ୍କବାଦ ଓ ଆଲୋଚନା ଗୋଟିଏ ଧାରାରେ ଯାଇ ପାରିବେନି: ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ପାକିସ୍ତାନ ସହ ଆଲୋଚନା କରି ଉଭୟ ଦେଶର ସମ୍ପର୍କ ସୁଧାରିବାକୁ ଭାରତ ଇଚ୍ଛୁକ ଥିବା ବେଳେ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ତେଣୁ ଏକା ବେଳକେ ଆତଙ୍କବାଦ ଓ ଆଲୋଚନା ଗୋଟିଏ ଧାରାରେ ଯାଇ ପାରିବେନି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି। ଯେତେବେଳେ ସୀମାରେ ନିରୀହ ଲୋକଙ୍କ ଜୀବନ ଯାଉଛି, ସହି ସମୟରେ ଆଲୋଚନାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ମନ୍ତ୍ରୀ ସ୍ୱରାଜ ମତବ୍ୟକ୍ତ କରିଛନ୍ତି। ଆସନ୍ତା ଜୁଲାଇରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରେ ସେଠାକାର ନୂଆ ସରକାର ସହ ଭାରତ କିଭଳି ସମ୍ପର୍କ ରଖିବ ବୋଲି ଗଣମାଧ୍ୟମ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସ୍ୱରାଜ ଏଭଳି ବିବୃତି ଦେଇଛନ୍ତି। ପାକିସ୍ତାନ ଗିଲଗିଟ-ବାଲତିସ୍ତାନକୁ ନୂତନ ପ୍ରଦେଶ ଭାବେ ଗ୍ରହଣ କରିବାକୁ ପାକିସ୍ତାନ ସରକାରଙ୍କ ଗତ ୨୧ ତାରିଖର ନିର୍ଦ୍ଦେଶନାମା ଉପରେ ମତବ୍ୟକ୍ତ କରି ମନ୍ତ୍ରୀ ସ୍ୱରାଜ କହିଛନ୍ତି ଯେ, ପାକିସ୍ତାନ ସବୁବେଳେ ଇତିହାସକୁ ଧ୍ୱଂସ କରି ଆସିଛି।

ସମ୍ବନ୍ଧିତ ଖବର