ଓ୍ଵାସିଂଟନ୍ ଡିସି: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିୟଲ୍ ଇଷ୍ଟେଟ୍ ଜଗତ୍ର କ୍ଷମତାଶୀଳ ବ୍ୟକ୍ତିତ୍ୱ ଡୋନାଲ୍ଡ୍ ଟ୍ରମ୍ପ୍ ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ‘ଫୋର୍ବସ୍ ୪୦୦’ ଧନୀ ତାଲିକାରେ ନାହାନ୍ତି।
‘ଫୋର୍ବସ୍’ ରିପୋର୍ଟ ଅନୁସାରେ, ଗତ ବର୍ଷ ଟ୍ରମ୍ପ୍ଙ୍କ ପାଖରେ ଯେତେ ପରିମାଣର ସମ୍ପତ୍ତି ଥିଲା ସେତିକି ଅଛି, କିନ୍ତୁ, କୋଭିଡ୍-୧୯ ମହାମାରୀ ଆରମ୍ଭ ବେଳୁ ସେ ୬୦୦ ନିୟୁତ ଆମେରିକୀୟ ଡଲାର୍ ନିମ୍ନଗାମୀ ହୋଇଛନ୍ତି।
ସମ୍ପ୍ରତି ଟ୍ରମ୍ପ୍ଙ୍କ ସମ୍ପତ୍ତିର ମୂଲ୍ୟ ୨.୫ ବିଲିୟନ୍ ଆମେରିକୀୟ ଡଲାର୍। ତେଣୁ, ଏବର୍ଷ ସେ ‘ଫୋର୍ବସ୍’ର ସର୍ବନିମ୍ନ ସମ୍ପତ୍ତି ମୂଲ୍ୟ ଅର୍ଥରାଶିରୁ ୪୦୦ ନିୟୁତ ଆମେରିକୀୟ ଡଲାର୍ ପଛରେ ରହିଯିବାରୁ ତାଲିକାଭୁକ୍ତ ହୋଇପାରିଲେ ନାହିଁ।
Image Courtesy of Mexican Postରିପୋର୍ଟରେ ଉଲ୍ଲେଖ ଅଛି ଯେ, ଯୁକ୍ତରାଷ୍ଟ୍ର ଆମେରିକୀୟ ରାଷ୍ଟ୍ରପତୀୟ ନିର୍ବାଚନ ସମୟରେ ଟ୍ରମ୍ପ୍ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା। ୨୦୧୬ ଶେଷ ହେବା ପରେ ପରେ ରିୟଲ୍ ଇଷ୍ଟେଟ୍ ସମ୍ପତ୍ତିରୁ ମାଲିକାନା ପ୍ରତ୍ୟାହାର କରିବା ଲାଗି ‘ଫେଡେରାଲ୍ ଏଥିକ୍ସ’ ଅଧିକାରୀମାନେ ଟ୍ରମ୍ପ୍ଙ୍କୁ କହିଥିଲେ। ସେମିତି ହୋଇଥିଲେ, ଟ୍ରମ୍ପ୍ ‘ବ୍ରୋଡ୍-ବେସ୍ଡ୍ ଇଣ୍ଡେକ୍ସ ଫଣ୍ଡ୍ସ୍’ରେ ପୁନଃବିନିଯୋଗ କରି ନିଃସ୍ୱାର୍ଥ ପ୍ରତିଦ୍ୱନ୍ଦ୍ୱିତାରୁ ମୁକ୍ତ ହୋଇ କ୍ଷମତାସୀନ ହୋଇ ଥାଆନ୍ତେ। କିନ୍ତୁ, ସେ ନିଜ ସମ୍ପତ୍ତି ଛାଡ଼ିବାକୁ ଚାହିଁଲେ ନାହିଁ। ଋଣକୁ ବାଦ ଦେଇ ସେ ସମୟରେ ତାଙ୍କ ସମ୍ପତ୍ତିର ମୂଲ୍ୟ ଥିଲା ୩.୫ ବିଲିୟନ୍ ଆମେରିକୀୟ ଡଲାର୍।
Image Courtesy of NDTVଆପଣା ପାହ୍ୟାରୁ ଖସିବା ପାଇଁ ଟ୍ରମ୍ପ୍ଙ୍କୁ ହିଁ ‘ଫୋର୍ବସ୍’ ଦାୟୀ କରିଛି। ‘ଫୋର୍ବସ୍’ ଲେଖିଛି, ଏଥିପାଇଁ ଯଦି ଟ୍ରମ୍ପ୍ କାହାକୁ ଦାୟୀ କରିବାକୁ ଚାହାଁନ୍ତି, ପ୍ରଥମେ ସେ ଆପଣାକୁ ଦାୟୀ କରନ୍ତୁ।
ହ୍ଵାଇଟ୍ ହାଉସ୍କୁ ପ୍ରବେଶ କରିବାର କିଛି ଦିନ ପୂର୍ବରୁ ଟ୍ରମ୍ପ୍ କହିଥିଲେ, ବାସ୍ତବରେ ସେ ଏକ ସମୟରେ ତାଙ୍କ ବ୍ୟବସାୟ ଏବଂ ସରକାର ଚଳାଇ ପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Trump-Not-in-a-Forbes-400-Billionaire-List_Thumbnail.jpg)