ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଆପଣମାନଙ୍କ ସହିତ ମୋର ବି ‘ବସ୍‌’ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

Advertisment

କଂଗ୍ରେସ ଦଳ ସଂସଦୀୟ ବୈଠକରେ ଯୋଗ ଦେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଥିଲେ, ଆମ୍ଭମାନଙ୍କ ପାଖରେ ଏବେ ନୂଆ କଂଗ୍ରେସ ଅଧ୍ୟକ୍ଷ ଅଛନ୍ତି । ଆପଣମାନଙ୍କ ତରଫରୁ ଏବଂ ମୋ ତରଫରୁ ମୁଁ ରାହୁଲଙ୍କୁ ଶୁଭକାମନା ଜଣାଉଛି । ଏବେ ସେ ଆପଣମାନଙ୍କ ସହ ମୋର ମଧ୍ୟ ‘ବସ୍‌’, ଏଥିରେ କୌଣସି ସନ୍ଦେହ ନାହିଁ । ଏହି ବୈଠକରେ ସୋନିଆ ଶାସକ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ । ବିଜେପି ସରକାରର ଅଧିକ ପ୍ରଚାର ଏବଂ ସେହି ଅନୁସାରେ ପ୍ରଦର୍ଶନ ନାହିଁ ବୋଲି ସୋନିଆ ଗାନ୍ଧୀ ସମାଲୋଚନା କରିଥିଲେ ।
ପାଖାପାଖି ୪ବର୍ଷ ଶାସନରେ ରହି ସବୁ ଜିନିଷର ସମାଧାନ କରିବେ ବୋଲି ଦାବି କରୁଥିବା ବିଜେପି ସରକାର ଏ ପର୍ଯ୍ୟନ୍ତ ସେଭଳି କିଛି ଉଲ୍ଲେଖନୀୟ କରି ପାରି ନାହିଁ । ପ୍ରଧାନମନ୍ତ୍ରୀ ସବୁବେଳେ ଅଧିକ ପ୍ରଚାର ଏବଂ କମ କାମରେ ବିଶ୍ୱାସ ରଖି ଆସିଛନ୍ତି । ପ୍ରଧାନମନ୍ତ୍ରୀ ପଦକୁ ଆସିବା ପୂର୍ବରୁ ଦେଶରେ ବେକାରଙ୍କ ସଂଖ୍ୟା କମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାହା ଏପର୍ଯ୍ୟନ୍ତ ସଫଳ ହୋଇ ନାହିଁ । ଆଜି ବି ଦେଶରେ ବେକାରଙ୍କ ସଂଖ୍ୟା ବଢ଼ି ଚାଲିଛି । ନୂଆ ଚାକିରି ସୃଷ୍ଟି କରିବା ବଦଳରେ ପୂର୍ବରୁ ଥିବା ଚାକିରି ଗୁଡ଼ିକ ମଧ୍ୟ ଧୀରେ ଧୀରେ କମିବାକୁ ଲାଗିଛି ।

publive-image Deccan Chronicle

ବିନା ପୁଞ୍ଜି ନିବେଶରେ ରୋଜଗାର କରିବା ଅସମ୍ଭବ ଏବଂ ଦୀର୍ଘ ୪ ବର୍ଷ ମଧ୍ୟରେ ପୁଞ୍ଜି ନିବେଶରେ ସଂଖ୍ୟା କମିବାରେ ଲାଗିଛି । ଏପରି ରହିଲେ ବେକାରଙ୍କ ସଂଖ୍ୟା କେବେ ବି ହ୍ରାସ ପାଇବ ନାହିଁ ବୋଲି ସେ କହିଥିଲେ । ଏହା ସତ କି ୨୦୧୪ ନିର୍ବାଚନରେ ଆମକୁ ଶକ୍ତ ଧକ୍କାା ଲାଗିଥିଲା । କିନ୍ତୁ ଆଗାମୀ ନିର୍ବାଚନରେ ଆମେ ସଫଳ ହେବୁ ବୋଲି କହିବା ସହ ଏହି ମାସର ଆରମ୍ଭରେ ହୋଇଥିବା କେନ୍ଦ୍ରୀୟ ବଜେଟକୁ ନେଇ ମଧ୍ୟ ସୋନିଆ ଗାନ୍ଧୀ ବିଜେପି ସରକାରଙ୍କୁ ସମାଲୋଚନା କରିଥିଲେ ।