ନୂଆଦିଲ୍ଲୀ: ସୋହରାବୁଦ୍ଦିନ ଶେଖ୍ ଏନ୍କାଉଣ୍ଟର ମାମଲାର ଶୁଣାଣି କରୁଥିବା ବିଚାରପତି ବିଏଚ୍ ଲୋୟାଙ୍କ ମୃତ୍ୟୁକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଜି ପରିବାର ପକ୍ଷରୁ ଏ ବାବଦ ସ୍ଥିତି ସ୍ପଷ୍ଟ କରାଯାଇଛି। ଆଜି ମୁମ୍ବାଇରେ ବିଚାରପତି ଲୋୟାଙ୍କ ପୁତ୍ର ଅନୁଜ ଲୋୟା ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ପିତାଙ୍କ ମୃତ୍ୟୁକୁ ନେଇ ଅଯଥା ରାଜନୀତି କରାଯାଉଛି ଏବଂ ପରିବାରରେ ଏ ନେଇ କୌଣସି ସନ୍ଦେହ ନାହିଁ। ଅନୁଜ ଓ ପରିବାର ସଦସ୍ୟମାନେ କହିଛନ୍ତି ଯେ ବିଚାରପତିଙ୍କ ଲୋୟାଙ୍କ ମୃତ୍ୟୁ ନେଇ ସେମାନଙ୍କ ମନରେ କୌଣସି ସନ୍ଦେହ ନଥିଲେ ମଧ୍ୟ ମାମଲାକୁ ବିବାଦୀୟ ଓ ଜଟିଳ କରିବା ପାଇଁ ଚାପ ସୃଷ୍ଟି କରାଯାଉଛି । ଅନୁଜ କହିଛନ୍ତି ଯେ ହୃଦ୍ଘାତରେ ପିତାଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି, କିନ୍ତୁ ଏହାକୁ ନେଇ କିଛି ଲୋକ ଭିନ୍ନ ଅର୍ଥ ବାହାର କରି ପରିବାର ଉପରେ ଚାପ ସୃଷ୍ଟି କରୁଛନ୍ତି। କେତେକ ଆଇନଜୀବୀ ଏବଂ ଏନ୍୍ଜିଓ ପରିବାର ଉପରେ ରୀତିମତ ଚାପ ସୃଷ୍ଟି କରୁଥିବାରୁ ମାମଲାର ରଜାନୀତିକରଣ ଯୋଗୁଁ ସମସ୍ୟା ଉପୁଜୁଛି ବୋଲି ସେ କହିଛନତି। ବିଚାରପତି ଲୋୟାଙ୍କ ମୃତ୍ୟୁକୁ ନେଇ ଅଯଥା ବିବାଦ ସୃଷ୍ଟି କରାଯାଇଛି ବୋଲି ଅନୁଜଙ୍କ ଓକିଲ କହିଛନ୍ତି। ମୃତ୍ୟୁକୁ ନେଇ ପରିବାରର କୌଣସି ସନ୍ଦେହ ନଥିବାରୁ ଏ ବାବଦ ଯାଞ୍ଚ ଆବଶ୍ୟକ ନାହିଁ ବୋଲି ଅନୁଜ କହିଛନ୍ତି। ସେ କହିଛନ୍ତି ୨୦୧୪ରେ ତାଙ୍କ ପିତାଙ୍କ ପରଲୋକ ବେଳକୁ ତାଙ୍କୁ ୧୭ ବର୍ଷ ହୋଇଥିଲା ଏବଂ ଏ ବାବଦରେ ସେ ବିଶେଷ କିଛି ଜାଣନ୍ତି ନାହିଁ। ସୋହରାବୁଦ୍ଦିନ ମାମଲା ୨୦୧୨ରେ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମହାରାଷ୍ଟ୍ରକୁ ସ୍ଥାନାନ୍ତର ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତ ବିଜେପି ଅଧ୍ୟକ୍ଷ ଅମିତ ଶାହ କୋର୍ଟରେ ହାଜର ନହେବାରୁ ବିଚାରପତି ଜେଟି ଉତ୍ପତ ତାଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାର କିଛିଦିନ ପରେ ବିଚାରପତିଙ୍କୁ ଅଚାନକ ବଦଳି କରାଯାଇଥିଲା ଏବଂ ଏହାର ଶୁଣାଣି ଦାୟିତ୍ୱ ବିଚାରପତି ଲୋୟାଙ୍କ ଉପରେ ନ୍ୟସ୍ତ ଥଥିଲା। ୨୦୧୪ରେ ବିଚାରପତି ଲୋୟା ନାଗପୁରରେ ହୃଦ୍ଘାତରେ ପ୍ରାଣ ହରାଇଥିଲେ।
ମୃତ୍ୟୁକୁ ନେଇ କୌଣସି ସନ୍ଦେହ ନାହିଁ
ବିଚାରପତି ଲୋୟାଙ୍କ ପୁଅଙ୍କ ସାମ୍ବାଦିକ ସମ୍ମିଳନୀ
/sambad/media/post_attachments/wp-content/uploads/2018/01/loyajpg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)