ଭୋପାଳ: ମଧ୍ୟପ୍ରଦେଶର ସରକାରଙ୍କ ଅସଲ ମୁଖା ଖୋଲିଛି। ରାଜ୍ୟରେ ଥିବା ୬୭,୯୦୨ସ୍କୁଲରେ ଏବେ ବି ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ଛାତ୍ର-ଛାତ୍ରୀମାନେ ପିଇବା ପାଇଁ ପାଣି ପାଉ ନାହାନ୍ତି। ରାଜ୍ୟର ରାଜଧାନୀ ଭୋପାଳରେ ଥିବା ୮୫୫ସ୍କୁଲରେ ଛାତ୍ର-ଛାତ୍ରୀମାନେ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି। ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ କହିବା ମୁତାବକ, ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନାହିଁ କି ପିଇବା ପାଇଁ ପାଣି ନାହିଁ। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପଢ଼ିବା ପାଇଁ ମାତ୍ର ଗୋଟେ ଶ୍ରେଣୀଗୃହ ରହିଛି। ପ୍ରଶାସନ ପକ୍ଷରୁ ସାହାଯ୍ୟ ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାମ ଆଗକୁ ବଢ଼ି ନାହିଁ।

Advertisment

no electricity indiatimes.com

ନିଜ ରାଜ୍ୟରେ ଥିବା ସ୍କୁଲ ଅବ୍ୟବସ୍ଥା ଭାବରେ ପଡ଼ି ରହିଥିବା ବେଳେ ରାଜ୍ୟ ସରକାର ୧୩୦ଅଧିକାରୀଙ୍କୁ ଦକ୍ଷିଣ କୋରିଆ ପଠାଇଥିବା ଜଣାପଡ଼ିଛି। ସେଠାରେ ଥିବା ଶିକ୍ଷା ପ୍ରଣାଳୀକୁ ବୁଝିବା ସହ ଭାରତରେ ଆସି ସେଭଳି ଲାଗୁ କରିବା ପାଇଁ ସରକାର ଅଧିକାରୀମାନଙ୍କୁ ପଠାଇଥିବା ନେଇ ସୂଚନା ମିଳିଛି। ଏହାକୁ ଦେଖି ବିଜେପି ବିଧାୟକ ବିଶ୍ବାସ ସାରଙ୍ଗ କହିଛନ୍ତି କି, ଯେଉଁମାନେ ଏ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଓ ଭାରତର ଶିକ୍ଷା ପ୍ରଣାଳୀ ବିଷୟରେ ବୁଝି ନାହାନ୍ତି, ସେମାନେ ପୁଣି ଦକ୍ଷିଣ କୋରିଆର ଶିକ୍ଷା ପ୍ରଣାଳୀ ମଧ୍ୟପ୍ରଦେଶରେ ଲାଗୁ କରାଇବେ। ଏଠି ତ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଠିକ୍ ଭାବରେ ନ ମିଳିବା ସହ ପଢ଼ିବା ପାଇଁ ବହି ମଧ୍ୟ ମିଳୁ ନାହିଁ। ସ୍କୁଲରେ ବିଦ୍ୟୁତ୍ ସଂଯୋଗ ଓ ପାଣି ଯୋଗାଇବା ବିଷୟରେ ଜାଣିବା ପାଇଁ କ’ଣ ଦକ୍ଷିଣ କୋରିଆ ଯାଇ ଶିଖିବା ଦରକାର?