ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକା ଟିକା ନେବା ପରେ ରକ୍ତ ଜମାଟ ବାନ୍ଧିବା ନେଇ କୌଣସି ପ୍ରମାଣ ନାହିଁ। ଏହା ସହ ଫାଇଜର ଟିକା ନେବା ପରେ ରକ୍ତ ଜମାଟ ବାନ୍ଧୁଥିବା ନେଇ ମଧ୍ୟ କୌଣସି ପ୍ରମାଣ ମିଳିନଥିବା କହିଛି ବ୍ରିଟେନର ସ୍ୱାସ୍ଥ୍ୟ ନିୟାମକ।
ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖାଦେଉଥିବାରୁ ଆଷ୍ଟ୍ରାଜେନେକାର କରୋନା ଟିକା ବ୍ୟବହାର ବନ୍ଦ କରିଛନ୍ତି ୬ଟି ଦେଶ। ଡେନମାର୍କର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଗୁରୁବାର କହିଛନ୍ତି ଯେ, କିଛି ରୋଗୀଙ୍କ ମଧ୍ୟରେ ଟିକା ନେବା ପରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖା ଦେଇଥିଲା। ଏନେଇ ଆଷ୍ଟ୍ରାଜେନେକାର କୋଭିଡ -୧୯ ଟିକା ବ୍ୟବହାରକୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି। ଅଷ୍ଟ୍ରିଆରେ କରୋନା ଟିକା ନେବା ପରେ ୪୯ବର୍ଷ ବୟସ୍କା ନର୍ସଙ୍କର ରକ୍ତ ଜମାଟ ବାନ୍ଧିବାରୁ ମୃତ୍ୟୁ ହୋଇଥିଲା। ଏ ନେଇ ଆଷ୍ଟ୍ରାଜେନେକାର କୋଭିଡ -୧୯ ଟିକା ବ୍ୟବହାରକୁ ସ୍ଥଗିତ ରଖାଯାଇଥିଲା। ଅଷ୍ଟ୍ରିଆ ପୂର୍ବରୁ ଅନ୍ୟ ଚାରିଟି ୟୁରୋପୀୟ ଦେଶ- ଇଷ୍ଟୋନିଆ, ଲାଟଭିଆ, ଲିଥୁଆନିଆ ଏବଂ ଲକ୍ସେମବର୍ଗ ମଧ୍ୟ ଆଷ୍ଟ୍ରାଜେନେକାର କୋଭିଡ -୧୯ ଟିକା ବ୍ୟବହାରକୁ ସ୍ଥଗିତ ରଖିଥିଲା।
ndtvତେବେ ଏହି ୬ଟି ଦେଶ ଆଷ୍ଟ୍ରାଜେନେକା ଟିକା ବ୍ୟବହାରକୁ ବନ୍ଦ କରିଥିଲେ ମଧ୍ୟ ଆରମ୍ଭରୁ ଆଷ୍ଟ୍ରାଜେନେକା ଟିକା ସୁରକ୍ଷିତ ବୋଲି କହି ଆସୁଛି ବ୍ରିଟେନ। କିଛି ଦିନ ତଳେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଷ୍ଟ୍ରାଜେନେକା ଟିକା ସୁରକ୍ଷିତ ବୋଲି କହିବା ସହ ବ୍ରିଟେନରେ ଏହି ଟିକାର ବ୍ୟବହାର ଜାରି ରହିବ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/t-37.jpg)