କୋଭିଡ୍-୧୯ ସନ୍ଦିଗ୍ଧ ତବଲିଗି ଜମାତ ସଦସ୍ୟଙ୍କ ତତ୍ତ୍ୱାବଧାନରେ କୌଣସି ମହିଳା ପୁଲିସ ଓ ନର୍ସ ରହିବେ ନାହିଁ

ଗାଜିଆବାଦ: ତବଲିଗି ଜମାତର ସଦସ୍ୟମାନଙ୍କ ଡାକ୍ତରୀ ସେବା ଓ ନିରାପତ୍ତା ସେବା ଯୋଗାଣରେ କୌଣସି ମହିଳା କର୍ମଚାରୀ ନିୟୋଜିତ ହେବେ ନାହିଁ ବୋଲି ଶୁକ୍ରବାର ଦିନ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି । ଗାଜିଆବାଦର ଏମଏମଜି ଡିଷ୍ଟ୍ରିକ୍ଟ ହସପିଟାଲର ଆଇସୋଲେସନ୍ ୱାର୍ଡରେ ଥିବା ଏହି ସଦସ୍ୟମାନେ ଷ୍ଟାଫ୍ ନର୍ସମାନଙ୍କ ସହ ଦୁର୍ବ୍ୟବହାର କରିଥିଲେ । ତେଣୁ, ଆଜିଠାରୁ କେବଳ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଏବଂ ପୁଲିସ ସେମାନଙ୍କର ତତ୍ତ୍ୱାବଧାନ କରିବେ ।

ଏହାଛଡ଼ା ଯେଉଁ ତବଲିଗି ଜମାତ ସଦସ୍ୟମାନେ ଗାଜିଆବାଦ ଡାକ୍ତରଖାନାରେ ମହିଳା ନର୍ସମାନଙ୍କ ସହ ଦୁର୍ବ୍ୟବହାର କରିଛନ୍ତି ସେମାନଙ୍କୁ ଜାତୀୟ ନିରାପତ୍ତା ଆଇନରେ ବୁକ୍ କରିବାକୁ ଯୋଗୀ ଆଦିତ୍ୟନାଥ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏକ ବିବୃତିରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ସେମାନେ ମାନବଜାତିର ଶତ୍ରୁ । ସେମାନେ ଆଇନ ଅମାନ୍ୟ କରିଛନ୍ତି । ମାନବଜାତିର ଶତ୍ରୁ ହୋଇଥିବାରୁ ସେମାନେ ଶାସନ ବ୍ୟବସ୍ଥା ଗ୍ରହଣ କରୁନାହାନ୍ତି । ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ସେମାନେ କରିଥିବା ବ୍ୟବହାର ଘୃଣ୍ୟ ଅପରାଧ ଅଟେ । ତାଙ୍କୁ ଜାତୀୟ ନିରାପତ୍ତା ଆଇନରେ ଦଣ୍ଡିତ କରାଯିବ । ଆମେ ତାଙ୍କୁ ଛାଡ଼ିବୁ ନାହିଁ ।

ସମ୍ବନ୍ଧିତ ଖବର