ନୋ-ଫ୍ଲାଏ ଲିଷ୍ଟ୍‍ରେ ମୁମ୍ବାଇ ଯୁବକ

ମୁମ୍ବାଇ: ପ୍ରେମିକାକୁ ଦେଖିବା ପାଇଁ ୮ ମାସ ତଳେ ବିମାନ ଅପହରଣର ମିଛ ଧମକ ଦେଇଥିବା ମୁମ୍ବାଇର କିଶୋର ସଲ୍ଲା(୩୮) ନାମକ ଜଣେ ଗହଣା ବ୍ୟବସାୟୀଙ୍କୁ ପ୍ରଥମ କରି ଦେଶର ନୋ-ଫ୍ଲାଏ ଲିଷ୍ଟ୍‍ରେ ସାମିଲ କରାଯାଇଛି। ଏହାଦ୍ୱାରା କିଶୋର ଆଉ ବିମାନ ଯାତ୍ରା କରିପାରିବେ ନାହିଁ। ଗତବର୍ଷ ଅକ୍ଟୋବର ମାସରେ ମୁମ୍ବାଇ-ଦିଲ୍ଲୀ ଜେଟ ଏୟାରେଓ୍ଵଜ ବିମାନକୁ ଜରୁରୀକାଳୀନ ପରିସ୍ଥିତିରେ ହାଇଦ୍ରାବାଦ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା। ବିମାନଟି ମୁମ୍ବାଇରୁ ଉଡାଣ ଭରିବାର କିଛି ସମୟ ପରେ କିଶୋର ସଲ୍ଲା ବିମାନ ବନ୍ଦରକୁ ଫୋନ କରି ବିମାନ ଅପହରଣ କରାଯିବ ବୋଲି ଧମକ ଦେଇଥିଲେ କିଶୋର ଭାବିଥଲେ ଯେ, ଏଭଳି ଧମକ ଦେବା ପରେ ଦିଲ୍ଲୀ ଜେଟ ଏୟାରେଓ୍ଵଜ କାର୍ଯ୍ୟାଳୟ ବନ୍ଦ ହୋଇଯିବ ଓ ସେହି କାର୍ଯ୍ୟାଳୟରେ କାମ କରୁଥିବା ପ୍ରେମିକା ମୁମ୍ବାଇ ଫେରିଆସିବେ।

ସମ୍ବନ୍ଧିତ ଖବର