ନାଟୋ ୟୁକ୍ରେନ ଆକାଶକୁ ‘ନୋ ଫ୍ଲାଏ ଜୋନ’ ଘୋଷଣା କରିଥିଲେ ୩ୟ ବିଶ୍ବଯୁଦ୍ଧ ହୋଇଥାନ୍ତା, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ଗତ ସପ୍ତାହରେ ୟୁକ୍ରେନର ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ରୁଷର ମୁକାବିଲା ପାଇଁ ନାଟୋର ସହାୟତା ମାଗିଥିଲେ । ୟୁକ୍ରେନ ଆକାଶକୁ ନୋ ଫ୍ଲାଇ ଜୋନ ଘୋଷଣା ପାଇଁ ନାଟୋ ଓ ୟୁରୋପୀୟ ସଂଘକୁ ସେ ଅନୁରୋଧ କରିଥିଲେ । ତାଙ୍କର ଏହି ଅନୁରୋଧକୁ ନାଟୋ ଅଗ୍ରାହ୍ୟ କରିଦେଇଥିଲା ।

ଯଦି ନାଟୋ ଜେଲେନସ୍କିଙ୍କ ଦାବିକୁ ମାନିଥାନ୍ତା ତେବେ କଣ ପରିଣତି ହୋଇଥାନ୍ତା ? ବିଶେଶଜ୍ଞଙ୍କ ମତରେ ନାଟୋ ଯଦି ୟୁକ୍ରେନ ଆକାଶକୁ ନୋ ଫ୍ଲାଇ ଜୋନ ଘୋଷଣା କରିଥାନ୍ତା ତେବେ ୩ୟ ବିଶ୍ବଯୁଦ୍ଧ ଲାଗିଯାଇଥାନ୍ତା । ଏହା ସମଗ୍ର ବିଶ୍ବ ପାଇଁ ପ୍ରଳୟ ଆଣିଦେଇଥାନ୍ତା ।

ୟୁକ୍ରେନ ଆକାଶକୁ ନୋ ଫ୍ଲାଇ ଜୋନ ଘୋଷଣା ଅର୍ଥ ଏହାର ଆକାଶରେ କୌଣସି ପ୍ରକାରର ଯୁଦ୍ଧ ବିମାନ ଓ କ୍ଷେପଣାସ୍ତ୍ର  ଉଡ଼ିଲେ ତାହାକୁ ନାଟୋ ମାରି ଖସାଇଦେଇଥାନ୍ତା । ଏପରି ହୋଇଥିଲେ ରୁଷ ଏହାର ଜବାବ ଦେଇଥାନ୍ତା ଓ ୟୁରୋପରେ ଥିବା ନାଟୋ ସଦସ୍ୟ ଦେଶଙ୍କ ଉପରେ ଆକ୍ରମଣ କରିଥାନ୍ତା । ନାଟୋର ନିୟମ ଅନୁସାରେ ଏହାର ଯେ କୌଣସି ସଦସ୍ୟ ଦେଶ ଉପରେ ଆକ୍ରମଣ ହେଲେ ତାହାକୁ ସମଗ୍ର ୩୦ଟି ଯାକ ନାଟୋ ଦେଶମାନଙ୍କ ଉପରେ ଆକ୍ରମଣ ବୋଲି ଧରା ଯିବ । ଏଣୁ ଆମେରିକା ଓ ନାଟୋର ଅନ୍ୟ ସଦସ୍ୟଦେଶମାନେ ସିଧାସଳଖ ଯୁଦ୍ଧରେ ସାମିଲ ହୋଇଥାନ୍ତେ । ଫଳରେ ଯୁଦ୍ଧ ସମଗ୍ର ୟୁରୋପ, ଏସିଆ ଓ ଆମେରିକାକୁ ବ୍ୟାପିଯାଇନ୍ତା, ଯାହାକି ୩ୟ ବିଶ୍ବଯୁଦ୍ଧରେ ପରିଣତ ହୋଇଥାନ୍ତା ।

ସମ୍ବନ୍ଧିତ ଖବର