‘ସୌଭାଗ୍ୟ’ ଯୋଜନା: ମାଗଣାରେ ମିଳିବନି ବିଜୁଳି

ନୂଆଦିଲ୍ଲୀ: ଦେଶର ପ୍ରତି ଘରକୁ ବିଜୁଳି ପହଞ୍ଚାଇବାର ଲକ୍ଷ୍ୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସୌଭାଗ୍ୟ’ ଯୋଜନା ନିକଟରେ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ୨୦୧୯ ମାର୍ଚ୍ଚ ୩୧ସୁଦ୍ଧା ଦେଶର ପ୍ରତି ଗରିବ ପରିବାରରେ ବିଜୁଳି ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ସରକାର ଏଥିପାଇଁ ୧୨ ହଜାର ୩୨୦ କୋଟି ବ୍ୟୟ ଅଟକଳ କରିଛନ୍ତି। ପ୍ରତି ଘରେ ୫ଟି ଏଲିଡି ବଲବ୍‌, ଗୋଟିଏ ବ୍ୟାଟେରି ଏବଂ ଗୋଟିଏ ଫ୍ୟାନ୍‌ ଯୋଗାଇ ଦେବେ। ଏହାଛଡ଼ା ୫ବର୍ଷ ଯାଏ ଏସବୁର ମରାମତି ଖର୍ଚ୍ଚ ବହନ କରିବେ ସରକାର।

ରିପୋର୍ଟ ଅନୁଯାୟୀ, ଗରିବ ଲୋକଙ୍କ ବ୍ୟତୀତ ଯେଉଁମାନେ ‘ସୌଭାଗ୍ୟ’ ଯୋଜନା ଜରିଆରେ ବିଜୁଳି ସଂଯୋଗ କରିବେ ସେମାନଙ୍କୁ ୫୦୦ଟଙ୍କା ଦେବାକୁ ପଡ଼ିବ। ତେବେ ଏହି ଚାର୍ଜକୁ ବିଜୁଳି ବିତରଣ କମ୍ପାନି ଓ ବିଜୁଳି ବିଭାଗ ୧୦ଟି କିସ୍ତିରେ ନେବେ । ଗ୍ରାମାଞ୍ଚଳରେ ୧୭.୯୨ କୋଟି ପରିବାରରୁ ପାଖାପାଖି ୧୩.୮୭କୋଟି ପରିବାରୁକୁ ବିଜୁଳି ମିଳି ସାରିଲାଣି। ୪.୦୫କୋଟି ପରିବାରୁ ବିଜୁଳି ସଂଯୋଗ ହୋଇନାହିଁ, ଯାହାକି ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ପୁରା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ରସରକାର।

ସମ୍ବନ୍ଧିତ ଖବର