ନୂଆଦିଲ୍ଲୀ: ପୁରୁଣା ଗାଡ଼ି ପାଇଁ ପେଟ୍ରୋଲ ପମ୍ପରେ ତେଲ ନାହିଁ । ନା ପେଟ୍ରୋଲ ମିଳିବ ନା ଡିଜେଲ ମିଳିବ । ପେଟ୍ରୋଲ ପମ୍ପରେ ପଶୁପଶୁ ଗାଡ଼ିକୁ ଫେରାଇ ଦିଆଯିବ । ୧୫ ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ଗାଡି ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଚାଳିତ ଗାଡ଼ିକୁ ରାସ୍ତାରୁ ହଟାଇବାକୁ ଆଜିଠୁ ଦିଲ୍ଲୀରେ ନୂଆ ନିୟମ ଲାଗୁ ହୋଇଥିବା ବେଳେ ପେଟ୍ରୋଲ ପମ୍ପରେ କଡାକଡି ହୋଇଛି ଯାଞ୍ଚ । ପୋଲିସ ସମେତ କ୍ୟାମେରା ବି ଏ ସବୁ ଦେଖୁଛି । ଆଉ ନିୟମ ନମାନିଲେ କାରକୁ ୧୦ ହଜାର ଏବଂ ବାଇକ୍ ପାଇଁ ୫ ହଜାର ଫାଇନର ବ୍ୟବସ୍ଥା ବି ହୋଇଛି ।
#WATCH | Delhi | A notice - 'fuel will not be dispensed to end-of-life vehicles (ELVs) - 15-year-old petrol and 10-year-old diesel vehicles from July 1, 2025', along with CCTV cameras and speakers, have been installed at petrol pumps in Delhi.
— ANI (@ANI) July 1, 2025
Visuals from a petrol pump in Baba… pic.twitter.com/Jax8G6r3vy
୧ ଜୁଲାଇ, ୨୦୨୫ ଅର୍ଥାତ ଆଜି ଠାରୁ ପୁରୁଣା ଯାନ ବାହନ ବ୍ୟବହାରକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ଉପରେ ସବୁଠାରୁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଅଧିନରେ ଦିଲ୍ଲୀ ସରକାର ପୁରୁଣା ଗାଡ଼ିଗୁଡିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍, ଯେଉଁ ଗାଡ଼ିଗୁଡ଼ିକ ୧୫ବର୍ଷରୁ ଅଧିକ ହୋଇସାରିଛି ସେଗୁଡ଼ିକ ଆଉ ରାସ୍ତାରେ ଗଡ଼ିବ ନାହିଁ । ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ଜବତ କରାଯିବ । ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଗୁଡ଼ିକ ଉପରେ ଚାଲାଣ ମଧ୍ୟ କାଟିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
#WATCH | Delhi | A notice - 'fuel will not be dispensed to end-of-life vehicles (ELVs) - 15-year-old petrol and 10-year-old diesel vehicles from July 1, 2025', along with CCTV cameras and speakers, have been installed at petrol pumps in Delhi
— ANI (@ANI) July 1, 2025
Visuals from a petrol pump in… pic.twitter.com/Y9S9pdPMwP
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୧୫ବର୍ଷ ପୁରୁଣା ପେଟ୍ରୋଲ୍ ଗାଡ଼ି ଏବଂ ୧୦ବର୍ଷ ପୁରୁଣା ଡିଜେଲ୍ ଗାଡ଼ିଗୁଡିକୁ ଆଜିଠୁ ପେଟ୍ରୋଲ୍ ମିଳିବ ନାହିଁ । ଅର୍ଥାତ୍ ଆପଣ ପୁରୁଣା ଗାଡ଼ିକୁ ନେଇ ପେଟ୍ରୋଲ ପମ୍ପ ଗଲେ ବି ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବ ନାହିଁ । ଆଉ ଧରାପଡ଼ିଲେ ୪ ଚକିଆ ଯାନ ପାଇଁ ୧୦,୦୦୦ ଟଙ୍କା ଏବଂ ୨ ଚକିଆ ଯାନ ପାଇଁ ୫ ହଜାର ଟଙ୍କା ଚାଲାଣ ବି କାଟିବାର ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀର ପେଟ୍ରୋଲ ପମ୍ପଗୁଡ଼ିକରେ ବାୟୁ ଗୁଣବତ୍ତା ପରିଚାଳନା କମିଶନ, ପରିବହନ ବିଭାଗ, ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଏବଂ ଦିଲ୍ଲୀ ପୁଲିସ ସମେତ ଅନ୍ୟାନ୍ୟ ପ୍ରବର୍ତ୍ତନ ସଂସ୍ଥାର ଟିମ୍ ଉପସ୍ଥିତ ରହିବେ।