ଏସସି/ଏସଟି ମନ୍ତ୍ରାଳୟକୁ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ଲାଗି ଟଙ୍କା ଦେଲାନି ଧର୍ମେନ୍ଦ୍ରଙ୍କ ମନ୍ତ୍ରାଳୟ !

ନୂଆଦିଲ୍ଲୀ: ସାତଟି କେନ୍ଦ୍ରୀୟ ମନ୍ତ୍ରାଳୟ ୨୦୧୯-୨୦ ଆର୍ଥିକ ବଜେଟରେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ଉଦ୍ଦିଷ୍ଟ ଅର୍ଥରାଶି ଦେଇନାହାନ୍ତି | ଏହି ତାଲିକାରେ କେନ୍ଦ୍ର ଖାଦ୍ୟ ଓ ବଣ୍ଟନ ମନ୍ତ୍ରାଳୟ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ସାମିଲ ଅଛି।

ଏଠାରେ ସୂଚନା ଥାଉ କି ରାମବିଳାସ ପାଶୱାନ ମୋଦୀ ସରକାରଙ୍କର ଖାଦ୍ୟ ଓ ବଣ୍ଟନ ମନ୍ତ୍ରାଳୟ ସମ୍ଭାଳନ୍ତି | ପାଶୱାନ ଜଣେ ଦଳିତ ନେତା ଭାବେ ସ୍ୱର ଉଠାନ୍ତି | କିନ୍ତୁ ତାଙ୍କ ବିଭାଗ ଏହି ଅନୁସୂଚିତ ଜାତି-ଜନଜାତି ବିଭାଗକୁ ଅର୍ଥ ଦେଇନାହିଁ | ଠିକ ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରାଳୟ ବି ଅର୍ଥ ଦେଇନଥିବା ଜଣାପଡିଛି |  ସୂଚନା ଥାଉ କି ୨୦୧୭ ମସିହାରେ ନୀତି ଆୟୋଗ ନିଷ୍ପତ୍ତି ନେଇଥିଲେ ଯେ ୪୧ଟି ମନ୍ତ୍ରାଳୟ ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ ହେଉଥିବା ଯୋଜନା ପାଇଁ ଅର୍ଥ ଦେବେ |

ତେବେ ନୀତି ଆୟୋଗର ଜଣେ ଅଧିକାରୀ କହିଛନ୍ତି ଯେ ପୂର୍ବବର୍ଷ ନଭେମ୍ବର -ଡିସେମ୍ବର ପର୍ଯ୍ୟନ୍ତ ପ୍ରତି ବିଭାଗ ବିଭିନ୍ନ ଯୋଜନା ପାଇଁ ଅର୍ଥ ଆବଣ୍ଟନ ବାବଦରେ ନିଷ୍ପତ୍ତି ନେଇଥାନ୍ତି | ପ୍ରତି ବର୍ଷ ଜାନୁୟାରୀରେ ନୀତି ଆୟୋଗ ପକ୍ଷରୁ ମିଳିଥିବା ଅର୍ଥକୁ ନେଇ ଯୋଜନା ପ୍ରସ୍ତୁତ କରାଯାଇଥାଏ | ତେଣୁ ଗତବର୍ଷ ଦେଇନଥିବାରୁ ଆସନ୍ତା ବର୍ଷ ହିଁ ଏହି ୭ଟି ମନ୍ତ୍ରାଳୟ ଅର୍ଥ ଦେଇପାରିବେ |

ସମ୍ବନ୍ଧିତ ଖବର