ଏ ବର୍ଷ ଉତ୍‌କ୍ଷେପଣ ହେବନାହିଁ ମାନବବିହୀନ ଗଗନଯାନ

ବେଙ୍ଗାଲୁରୁ: ଗଗନଯାନ ପ୍ରକଳ୍ପର ପ୍ରସ୍ତୁତିର ଅଂଶବିଶେଷ ଭାବେ ପ୍ରଥମ ମାନବବିହୀନ ମହାକାଶଯାନ ୨୦୨୧ରେ ଉତ୍‌କ୍ଷେପଣ କରାଯିବ। କୋଭିଡ୍-୧୯ଜନିତ ସଙ୍କଟ ଯୋଗୁଁ ଇସ୍ରୋ ଏହି ‌ଅଭିଯାନ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ଏହି ମାନବବିହୀନ ମହାକାଶଯାନ ଏ ବର୍ଷ ଶେଷ ଆଡ଼କୁ ଉତ୍‌କ୍ଷେପଣ ହେବା ପାଇଁ ସ୍ଥିର କରାଯାଇଥିଲା।

ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି, ଆମ ପାଖକୁ ଆସିଥିବା ଯୋଜନା ଅନୁସାରେ, ଏ ବର୍ଷର ସମୟ ସାରଣୀରେ ଗଗନଯାନ କାର୍ଯ୍ୟକ୍ରମର ମାନବବିହୀନ ଯାନ ପ୍ରସଙ୍ଗରେ ଉଲ୍ଲେଖ କରାଯାଇ ନାହିଁ। ଏହି କାର୍ଯ୍ୟକ୍ରମ ସାରଣୀରେ ଅନ୍ୟାନ୍ୟ କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ ପ୍ରସଙ୍ଗରେ ଧ୍ୟାନ ଦିଆଯାଇଛି।

Image Courtesy of The Times of India

ବରିଷ୍ଠ ବୈଜ୍ଞାନିକଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ଭବତଃ ମାନବବୀହିନ ଯାନ ପ୍ରେରଣ କାର୍ଯ୍ୟକ୍ରମ ଆସନ୍ତାବର୍ଷକୁ ଧାର୍ଯ୍ୟ କରାଯାଇଛି।

ଇସ୍ରୋର ଅଧ୍ୟକ୍ଷ କେ ସିବନ୍ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି‌ ଯେ, ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ଏ ବର୍ଷ ମାନବରହିତ ଯାନ ପ୍ରେରଣ ସମ୍ଭବ ନୁହେଁ। ଆମେ ପ୍ରାୟ ପାଞ୍ଚଛଅଟି ଅଭିଯାନ ପାଇଁ ଯୋଜନା କରୁଛୁ। ଏବର୍ଷ ପ୍ରାରମ୍ଭରେ ଉତ୍‌କ୍ଷେପଣ ସ୍ଥଗିତ ରଖଯାଇଥିବା ଜିସାଟ୍-୧ ମଧ୍ୟ ଏହି ‌ଅଭିଯାନରେ ସାମିଲ ହୋଇଛି। ପରେ ଏହି ସବୁ ଅଭିଯାନର ବିସ୍ତୃତ ବିବରଣୀ ସାର୍ବଜନୀନ କରାଯିବ।

 

ସମ୍ବନ୍ଧିତ ଖବର