ନିଆଁ ସହ ଖେଳ ନାହିଁ: ରାଜ୍ୟପାଳ

ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଗାଡ଼ି ଉପରେ ପଥର ମାଡ଼ ଘଟଣାର ନିନ୍ଦା କରି ରାଜ୍ୟପାଳ ଜଗଦୀପ ଧନଖଡ଼ ରାଜ୍ୟ ସରକାରଙ୍କୁ ଉଦ୍ଦେଶ୍ୟ କରି କହିଛନ୍ତି, ନିଆଁ ସହ ନ ଖେଳି କ୍ଷମା ମାଗିନେବା ଉଚିତ। ନଚେତ୍‌ ପରିଣାମ ଭୋଗିବାକୁ ହେବ। ରାଜ୍ୟପାଳ ଆହୁରି କହିଛନ୍ତି, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସେ ଚିନ୍ତିତ। ଏ ରାଜ୍ୟରେ ଗଣତନ୍ତ୍ରର ହତ୍ୟା କରାଯାଇଛି। ଭାରତ ଏକ, ଭାରତର ଆତ୍ମା ଏବଂ ନାଗରିକତା ମଧ୍ୟ ଏକ। ତେଣୁ କାହାକୁ ବାହାର ଲୋକ ଏବଂ କାହାକୁ ଭିତର ଲୋକ ଭାବନା ତ୍ୟାଗ କରିବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି। ତେବେ ନଡ୍ଡା ଏବଂ ଅନ୍ୟ ବିଜେପି ନେତାଙ୍କ ଉପରେ ଆକ୍ରମଣ ମାମଲାରେ ଏବେ ବି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ହିଁ ଦାୟୀ କରୁଥିବାରୁ ଉତ୍ତେଜନା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ରାଜ୍ୟରେ ରାଜନୈତିକ ହିଂସା ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର