ନଦୀରେ ବିସ୍ଫୋରଣ ପରେ କାରଣ ଖୋଜୁଛି ଓଏନଜିସି, ମିଳିଲାନି ଗ୍ୟାସର ସନ୍ଧାନ

ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶିପ୍ରା ନଦୀରେ ହୋଇଥିବା ବିସ୍ଫୋରଣ ଘଟଣାରେ ଓଏନଜିସି ବା ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ ଲିମିଟେଡ଼ ତଦନ୍ତ ଆରମ୍ଭ କରିଛି। ରବିବାର ଦିନ, ଓଏନଜିସି ଜେନେରାଲ୍ ମ୍ୟାନେଜର ଅମିତ ସାକ୍ସେନା ଏବଂ ବରିଷ୍ଠ ଭୂତତ୍ତ୍ୱବିତ୍ ଅଜୟ ଏନ ଲାଲ ଡେରାଡୁନରୁ ଏଠାକୁ ଆସିଥିଲେ। ଉଭୟ ଅଧିକାରୀ ନଦୀ ଭିତରେ ମାଟି ଓ ଜଳର ନମୁନା ନେଇଥିଲେ। ତେବେ ଏହି ଟିମ୍ ନଦୀରେ କୌଣସି ପ୍ରକାରର ଗ୍ୟାସ୍ ସନ୍ଧାନ ପାଇନାହାଁନ୍ତି | ଭୂତତ୍ତ୍ୱବିତ୍ ଅଜୟ ଏନ ଲାଲ କହିଛନ୍ତି ଯେ ବର୍ତ୍ତମାନ ସମୟରେ ନମୁନା ସଂଗ୍ରହ କରାଯାଇଛି। ଅନୁସନ୍ଧାନ ପରେ ହିଁ ଜଣାପଡିବ |

explosion in shipra river: explosion in shipra river : water jumped 10 feet  after explosion in shipra river, fire also out, panic in area : शिप्रा नदी  में धमाके के बाद 10
photo-Navbharat times

ସେ କହିଛନ୍ତି ଯେ ପାଣିରେ ଗ୍ୟାସ ଥିବାର କୌଣସି ସୂଚନା ମିଳିପାରିନାହିଁ | ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ) ଭୋପାଳର ଟିମ୍ ମଧ୍ୟ ନଦୀରେ ହୋଇଥିବା ବିସ୍ଫୋରଣର ତଦନ୍ତ କରିଛି। କିଛି ଦିନ ପୂର୍ବରୁ ଜିଏସଆଇ ଟିମ୍ ନଦୀରୁ ବାଲି ଏବଂ ପାଣି ନମୁନା ନେଇଥିଲେ। ସେମାନଙ୍କର ଅନୁସନ୍ଧାନ ରିପୋର୍ଟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ। ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ଏବଂ ମାର୍ଚ୍ଚ ପ୍ରଥମ ସପ୍ତାହରେ ନଦୀ ଗର୍ଭରେ ବିସ୍ଫୋରଣ ହୋଇଥିଲା |

ତେବେ ବିସ୍ଫୋରଣର କାରଣ କଣ ଜଣାନପଡ଼ିବାରୁ ନଦୀ ଗର୍ଭରେ ପ୍ରାକୃତିକ ଗ୍ୟାସ ଥିବାର ଅନୁମାନ କରାଯାଇଥିଲା | ଆଉ ଏଥିପାଇଁ ଓଏନଜିସିକୁ ଅନୁସନ୍ଧାନ ପାଇଁ କୁହାଯାଇଥିଲା |

ସମ୍ବନ୍ଧିତ ଖବର