ମୁମ୍ବାଇ: ହୁ ହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣ ମୁମ୍ବାଇର ରାତ୍ରି ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି। ସଂକ୍ରମଣ ବଢ଼ୁଥିବାରୁ ମହାରାଷ୍ଟ୍ର ସରକାର ସନ୍ଧ୍ୟା ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକଳାପ ଉପରେ ରୋକ ଲଗାଇଛନ୍ତି। କରୋନା ସମ୍ବନ୍ଧିତ କଟକଣାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବଢ଼ାଇବା ସହ ସମସ୍ତ ପ୍ରକାରର ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ରେସ୍ତୋରାଁ, ପାର୍କ ଏବଂ ମଲ୍ ସନ୍ଧ୍ୟା ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବନ୍ଦ ରହିବ।
ndtvଲୋକଙ୍କୁ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମୁଦ୍ର କୂଳ ପରିଦର୍ଶନ କରିବାକୁ ଅନୁମତି ନ ଥିବା ସହ ସିନେମା ହଲ୍ ଓ ପ୍ରେକ୍ଷାଳୟଗୁଡିକୁ ଆଜି ରାତିରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାତିରେ ଲୋକେ ବାହାରକୁ ବାହାରି ନ ପାରିଲେ ମଧ୍ୟ ସେମାନେ ଖାଦ୍ୟ ଅନଲାଇନ ଅର୍ଡର କରିପାରିବେ। ଫୁଡ ଡେଲିଭରୀକୁ ଅନୁମତି ଦେଇଛନ୍ତି ସରକାର। ଯଦି କେହି ଲାଗୁ କରାଯାଇଥିବା ନିୟମର ଉଲ୍ଲଂଘନ କରେ ତେବେ ତାକୁ ୧,୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ। ମାସ୍କ ନ ପିନ୍ଧିଲେ ୫୦୦ଟଙ୍କା ଜରିମାନା ଦେବାକୁ ପଡ଼ିବା ସହ ବାହାରେ ଛେପ ପକାଇଲେ ୧,୦୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ। ରାଜ୍ୟରେ କୌଣସି ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଧାର୍ମିକ ସମାବେଶ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/maharastra-27_Thumb.jpg)