ନୂଆଦିଲ୍ଲୀ: ସୀମା ସୁରକ୍ଷା ସମୟରେ କିଏ ଶତ୍ରୁର ଗୁଳିକୁ ଛାତି ପତାଇ ଦେଉଛି ତ କିଏ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହେଉଛି। କିଏ ମଣିପୁରର ଜଙ୍ଗଲରେ ବିଛିନ୍ନତାବାଦୀ ଆତଙ୍କବାଦୀଙ୍କ ସହିତ ଯୁଦ୍ଧ କରୁଛି। ସେହନିକମାନେ ଦେଶ ପାଇଁ ନଜ ଜୀବନକୁ ଉତ୍ସର୍ଗ କରି ବିପଦସଙ୍କୁଳ ସ୍ଥାନରେ ପଇଁତରା ମାରୁଥିବା ବେଳେ କେତେକ ବରିଷ୍ଠ ଅଧିକାରୀ ଏକ ସୁନ୍ଦର ବାତାବରଣ ମଧ୍ୟରେ ଗଲ୍ଫ ଖେଳି ପାରିବେ ନାହିଁ। ତେଣୁ ଜମ୍ମୁ ଓ କଶ୍ମର ସହିତ ଉତ୍ତର ପୂର୍ବାଞ୍ଚଳରେ ଥିବା ସମସ୍ତ ସେନା କ୍ୟାମ୍ପ ନିକଟରେ ଥିବା ଗଲ୍ପ କୋର୍ସଗୁଡ଼ିକୁ ନଷ୍ଟ କରି ଦେବାକୁ ସେନାଧକ୍ଷ ବିପିନ ରାଓ୍ଵତ ନିର୍ଦ୍ଦେଶ ଦେଇଛନ୍ତି। ନିଜ ପ୍ରତିକ୍ରିୟାରେ ଜେନେରାଲ ରାଓ୍ଵତ କହିଛନ୍ତି ଯେ ସେନାର ସୈନିକଙ୍କ ଠାରୁ ଅରାମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ଫୁଟବଲ, ଟେନିସ ପ୍ରଭୃତି ଖେଳି ନିଜକୁ ଫିଟ୍ ରଖି ପାରିବେ। ମାତ୍ର ଗଲ୍ଫ ପରି ସୌଖୀନ ଖେଳ ଖେଳିବାକୁ କାହାରିକୁ ସୁଯୋଗ ଦିଆଯିବ ନାହିଁ ବୋଲି ଜୋନରାଲ ରାଓ୍ଵତ ସ୍ପଷ୍ଟ କରି ଦେଇଛନ୍ତି।
୨୦୧୬ ମସିହା ସେପ୍ଟେମ୍ବର ୧୮ ତାରିଖ ଦିନ ଲସ୍କର ଇ ତୋଇବା ଆତଙ୍କବାଦୀ ସେନାର ଉରି ସେକ୍ଟରେ ଆକ୍ରମଣ କରିଥିବା ଶୁଣି ତତ୍କାଳୀନ ସେନାଧ୍ୟକ୍ଷ ଜେନେରାଲ ଦଳବୀର ସିଂହ ସେନାର ଉପାଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ବିପିନ ରାଓ୍ଵତଙ୍କ ସହିତ ଉରି ସେକ୍ଟରେ ପହଞ୍ଚିଥିଲେ। ଉରି ଆକ୍ରମଣରେ ୧୯ ଜଣ ସୈନିକଙ୍କ ମୃତ୍ୟୁ ଖବରରେ କ୍ଷୁବ୍ଧ ଜେନେରାଲ ଦଳବୀର ସିଂହ ଉରି ସେକ୍ଟରର ଆର୍ମି କ୍ୟାମ୍ପ ନିକଟରେ ଗଲ୍ଫ କୋର୍ସ ଦେଖ ଖୁବ୍ ରାଗି ଯାଇଥିଲେ।ତୁରନ୍ତ ଜମ୍ମୁ ଓ କଶ୍ମୀରର କୌଣସି ଆର୍ମି କ୍ୟାମ୍ପ ନିକଟରେ ଯେପରି କୌଣସି ଗଲ୍ପ କୋର୍ସ ନ ରୁହେ, ସେଥିପାଇଁ ନିର୍ଦ୍ଦେଶ ଦେବାକୁ ଜେନରାଲ ସିଂହ ତତ୍କାଳୀନ ସେନା ଉପାଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନରୋଲ ରାଓ୍ଵତଙ୍କୁ କହିଥିଲେ। ଘଟଣା ୨ ବର୍ଷ ପରେ ଏବେ ଜେନେରାର ବିପିନ ରାଓ୍ଵତ ଭାରତର ସେନାଧ୍ୟକ୍ଷ ହୋଇଛନ୍ତି। ତେଣୁ ପୂର୍ବ ସେନାଧ୍ୟକ୍ଷ ଦଳବୀର ସିଂହଙ୍କ ନିର୍ଦ୍ଦେଶାନାମାକୁ କଡ଼ାକଡ଼ି ଭାବେ ପାଳନ ପାଇଁ ନିର୍ଦ୍ଦେଶଦେବା ସହିତ ଜମ୍ମୁ ଓ କଶ୍ମୀର ସହିତ ଉତ୍ତର ପୂର୍ବାଞ୍ଚଳର ସେନା କ୍ୟାମ୍ପ ନିକଟରେ ଗଲ୍ପ କୋର୍ସ ଯେପରି ନ ରୁହେ, ସେଥିପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଆର୍ମି କ୍ୟାମ୍ପ ନିକଟରେ ରହିବ ନାହିଁ ଗଲ୍ଫ କୋର୍ସ: ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ
/sambad/media/post_attachments/wp-content/uploads/2018/07/Golf-Course-General_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)