ଚଣ୍ଡୀଗଡ଼: ଅକ୍ଟୋବର ୧୧ ତାରିଖ ଦିନ ଜମ୍ମୁ ଓ କଶ୍ମୀରରେ ମୃତ୍ୟୁବରଣ କରିଥିବା ଅଗ୍ନିବୀର ଅମୃତପାଲ୍ ସିଂହଙ୍କ ଶେଷକୃତ୍ୟ ବେଳେ ସେନା ‘ଗାର୍ଡ ଅଫ୍ ଅନର୍’ ନ ଦେବାରୁ ଶନିବାର ଦିନ ପଞ୍ଜାବରେ ବିରୋଧୀ ଦଳ କ୍ଷୋଭ ପ୍ରକାଶ କରିଛି।
କିନ୍ତୁ, ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ସେନା କହିଛି, ନିଜ ବନ୍ଧୁକଦ୍ବାରା ନିଜେ ଗୁଳିଚୋଟ ଖାଇ ଆଘାତ ହେବା ପରେ ମୃତ୍ୟୁ ଘଟିଥିବାରୁ ନିୟମାନୁସାରେ ସିଂହଙ୍କୁ ‘ଗାର୍ଡ ଅଫ୍ ଅନର୍’ ବା ‘ମିଲ୍ଟାରି ଫ୍ୟୁନେରାଲ୍’ ମିଳିଲା ନାହିଁ।
ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିକଟରେ ତାଙ୍କ ସରକାର ଦୃଢ଼ ଅଭିଯୋଗ କରିବେ ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବତ ସିଂହ ମାନ୍ ମଧ୍ୟ କହିଛନ୍ତି। ସେନାର ନୀତି ଯାହା ହୋଇଥାଉ ନା କାହିଁକି, ସହିଦଙ୍କ ପ୍ରତି ତାଙ୍କ ସରକାରଙ୍କ ନୀତି ପୂର୍ବପରି ରହିଛି। ଅମୃତପାଲ୍ ସିଂହ ଏ ଦେଶର ସହିଦ ହୋଇଥିବାରୁ ରାଜ୍ୟ ସରକାର ତାଙ୍କ ପରିବାରବର୍ଗଙ୍କୁ ୧ କୋଟି ଟଙ୍କା ପ୍ରଦାନ କରିବେ।
/sambad/media/post_attachments/4378599d5b662076459fb8e6098bfaf4109feacb409a357937a63013c659e66a.jpg)
ଉଲ୍ଲେଖଯୋଗ୍ୟ, ଜମ୍ମୁ ଓ କଶ୍ମୀରର ପୁଞ୍ଚ୍ ସେକ୍ଟର୍ରେ ଜମ୍ମୁ ଓ କଶ୍ମୀର ରାଇଫଲ୍ସ୍ ବାଟାଲିୟନ୍ରେ ଚାକିରି କରୁଥିବା ଅମୃତପାଲ୍ ସିଂହଙ୍କ ଶେଷକୃତ୍ୟ ଶୁକ୍ରବାର ଦିନ ପଞ୍ଜାବର ମନସା ଜିଲ୍ଲାରେ ଥିବା ତାଙ୍କ ପୈତୃକ ଗ୍ରାମରେ ସମ୍ପନ୍ନ ହୋଇଥିଲା।
ଜାରି କରିଥିବା ବିବୃତିରେ ସେନା ମଧ୍ୟ ଉଲ୍ଲେଖ କରିଛି, ରାଜୌରି ସେକ୍ଟର୍ରେ ସେଣ୍ଟ୍ରି ଡୁୟୁଟିରେ ଥିବା ବେଳେ ଅଗ୍ନିବୀର ଅମୃତପାଲ୍ ସିଂହ ନିଜେ ନିଜ ବନ୍ଧୁକ ଗୁଳି ଚୋଟରେ ଆହତ ହୋଇଥିଲେ। ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ହାସଲ କରିବାକୁ ‘କୋର୍ଟ ଅଫ୍ ଇନ୍କ୍ବାରି’।