କଲମ୍ବୋ: ଘର ତ ପୋଡ଼ିପକାଇଛ, ପୁଣି ଘରକୁ ଫେରିଯିବା କଥା କହୁଛ କାହିଁକି ବୋଲି ରବିବାର ଦିନ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ପ୍ରତିବାଦକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।
ଶ୍ରୀଲଙ୍କାର ଅନ୍ୟତମ ନଗରୀ କାଣ୍ଡିରେ ଭାଷଣ ଦେବା ବେଳେ ବିକ୍ରମସିଂଘେ କହିଲେ ଯେ, ‘କଲମ୍ବୋ ଗେଜେଟ୍’ ରିପୋର୍ଟ ଅନୁସାରେ, ମୁଁ ଘରକୁ ଫେରିଯାଏ ବୋଲି ଦାବି କରି କେତେକ ବ୍ୟକ୍ତି ପ୍ରତିବାଦ ପ୍ରଦର୍ଶନ କରିବେ ବୋଲି ଧମକ ଦେଇଛନ୍ତି।
ଏହାର ପ୍ରତ୍ୟୁତ୍ତର ଦେଇ ବିକ୍ରମସିଂଘେ କହିଛନ୍ତି, ମୋର ଘର ନ ଥିବାରୁ ପ୍ରତିବାଦ ନ କରିବାକୁ ଆପଣମାନଙ୍କୁ ନିବେଦନ କରୁଛି। ମୁଁ ଘରକୁ ଫେରିଯାଏ ବୋଲି ଦାବି କରିବା ଅର୍ଥ ସମୟ ଅପଚୟ କରିବା। ବରଂ ପ୍ରତିବାଦକାରୀମାନେ ମୋ ପୋଡ଼ାଘର ତିଆରି କରିଦେବା ଉଚିତ।
/sambad/media/post_attachments/wp-content/uploads/2022/08/Ranil1.jpg)
ଯାହାର ଘର ନାହିଁ, ତାଙ୍କୁ ଘରକୁ ଫେରିଯିବା କଥା କହିବାରେ କୌଣସି ଯଥାର୍ଥତା ନାହିଁ। ଘର ତୋଳା ସରିଲେ ପ୍ରତିବାଦକାରୀମାନେ ଘରକୁ ଫେରିଯିବା କଥା ଦାବି କରିପାରିବେ ବୋଲି ରାଷ୍ଟ୍ରପତି ବିକ୍ରମସିଂଘେ କହିଛନ୍ତି।
ପ୍ରତିବାଦକାରୀମାନେ ରାଷ୍ଟ୍ରର ପୁନଃନିର୍ମାଣ କରନ୍ତୁ ଅଥବା ପୁଣି ଥରେ ତାଙ୍କ ଘର ତୋଳିଦିଅନ୍ତୁ ବୋଲି ରାଷ୍ଟ୍ରପତି କହିଥିବା କଥା ‘କଲମ୍ବୋ ଗେଜେଟ୍’ ରିପୋର୍ଟ କରିଛି।
ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ଦେବାଳିଆ ଦେଶକୁ ଆର୍ଥିକ ସଙ୍କଟରୁ ମୁକ୍ତ କରିବାରେ ସହାୟତା ନିମନ୍ତେ ‘ଇଣ୍ଟର୍ନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍’ ସହିତ ସମ୍ଭାବ୍ୟ ରାଜିନାମା କରାଇବାରେ ଦେଶର ଅସ୍ଥିର ଅବସ୍ଥା ବିଳମ୍ବ କରାଇଛି।
ତେଣୁ, ଶ୍ରୀଲଙ୍କା ସମ୍ମୁଖୀନ ହୋଇଥିବା ସମସ୍ୟାଗୁଡ଼ିକର ସ୍ଥାୟୀ ପ୍ରତିକାର ବାହାର କରିବା ଲାଗି ଏକତ୍ର କାର୍ଯ୍ୟ କରିବା ଉଚିତ ବୋଲି ସେ ସମସ୍ତ ରାଜନୈତିକ ଦଳମାନଙ୍କୁ ନିବେଦନ କରିଛନ୍ତି।