୧ମ ଓ ୨ୟ ଶ୍ରେଣୀ ପିଲାମାନଙ୍କୁ ହୋମଓ୍ଵାର୍କ ଦେଇପାରିବ ନାହିଁ ସ୍କୁଲ, ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଲାଗି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚେନ୍ନାଇ : କୋର୍ଟଙ୍କ ତାଗିଦ ସତ୍ତ୍ୱେ ୧ମ ଓ ୨ୟ ଶ୍ରେଣୀ ଛୋଟ ପିଲାମାନଙ୍କୁ ମଧ୍ୟ ବିଭିନ୍ନ ସ୍କୁଲରେ ହୋମଓ୍ଵାର୍କ ଦିଆଯାଉଛି । ଏହା ଫଳରେ ଛୋଟ ଛୋଟ ପିଲାଙ୍କ ଉପରେ ଅଯଥା ହୋମଓ୍ଵାର୍କ ବୋଝ ସୃଷ୍ଟି ହେଉଛି । ଏହାକୁ ଗୁରୁତର ସହ ନେଇଛନ୍ତି ମାଡ୍ରାସ ହାଇକୋର୍ଟ । ଏହି ନିୟମପାଳନ କରୁନଥିବା ସ୍କୁଲ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସବୁ ଶିକ୍ଷାନୁଷ୍ଠାନକୁ ଜଣାଇ ଦିଆଯାଉ ବୋଲି କୋର୍ଟ ସିବିଏସଇକୁ ନିର୍ଦ୍ଦେଶ ଦେଇଛନ୍ତି । ଚେନ୍ନାଇର ଆଡଭୋକେଟ ଏମ.ପୁରୁଷୋତ୍ତମନଙ୍କ ଦ୍ୱାରା ଆଗତ ଏକ ମାମଲାର ବିଚାର କରି ବିଚାରପତି ଏନ.କିରୁବାକରନ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ଶୁଣାଣି ବେଳେ ସିବିଏସଇ ଜଣାଇଥିଲା ଯେ କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ପୂର୍ବରୁ ଦୁଇଥର ୨୦୦୪ରେ ଓ ୨୦୧୬ରେ ଏନେଇ ସର୍କୁଲାର ଜାରି କରାଯାଇଥିଲା । ଏସବୁ ସର୍କୁଲାରରେ କୁହାଯାଇଥିଲା ଯେ ୧ମ ଓ ୨ୟ ଶ୍ରେଣୀ ଶିଶୁମାନଙ୍କୁ କୌଣସି ହୋମଓ୍ଵାର୍କ ଦିଆଯିବ ନାହିଁ । ସେହିପରି ସିବିଏଇ ଗାଇଡଲାଇନରେ ରହିଛି ଯେ ସେମାନଙ୍କୁ ୧ମ ଓ ୨ୟ ଶ୍ରେଣୀ ଶିଶୁମାନଙ୍କୁ ସ୍କୁଲ ବ୍ୟାଗ ଧରିବାକୁ ବାଧ୍ୟ କରାଯାଇପାରିବ ନାହିଁ । କିନ୍ତୁ କୋର୍ଟ ସିବିଏସଇର ଏହି ଯୁକ୍ତିକୁ ଗ୍ରହଣ କରି କହିଥିଲେ ଯେ ଏହି ନିୟମାବଳୀର ଉଲ୍ଲଙ୍ଘନ କରୁଥିବା ସ୍କୁଲମାନଙ୍କୁ ଧରିବା ପାଇଁ ସିବିଏସଇର କୌଣସିି ବ୍ୟବସ୍ଥା ନାହିଁ । ଏଣୁ ଏହି ନିୟମାବଳୀର ଯେପରି କଡାକଡି ପାଳନ ହୁଏ ସେ ସମ୍ପର୍କରେ ସବୁ ସ୍କୁଲମାନଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇଦିଆଯାଉ ।

ସମ୍ବନ୍ଧିତ ଖବର