ଖାଦ୍ୟ ବିଲରେ ସର୍ଭିସ୍ ଚାର୍ଜ ଲାଗୁ ହୋଇପାରିବ ନାହିଁ

ନୂଆଦିଲ୍ଲୀ : ଖାଦ୍ୟ ବିଲରେ କୌଣସି ହୋଟେଲ ବା ରେସ୍ତୋରାଁ ସର୍ଭିସ ଚାର୍ଜ ବା ସେବା ଦେୟ ଲାଗୁ କରିପାରିବେ ନାହିଁ । ଯଦି କୌଣସି ହୋଟେଲ ବା ରେସ୍ତୋରାଁ ଖାଦ୍ୟ ବିଲରେ ଆପେ ଆପେ ସର୍ଭିସ ଚାର୍ଜ ଯୋଗ କରୁଛନ୍ତି ତେବେ ଗ୍ରାହକମାନେ ଏହା ବିରୋଧରେ ଅଭିଯୋଗ କରିପାରିବେ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ।

ଏ ସଂପର୍କରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ଆଜି ଏକ ସବିଶେଷ ଗାଇଡଲାଇନ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ ହୋଟେଲ କିମ୍ବା ରେସ୍ତୋରାଁ ନିଜର ଖାଦ୍ୟ ବିଲରେ ଆପେ ଆପେ ସର୍ଭିସ ଚାର୍ଜ ଯୋଗ କରିପାରିବେ ନାହିଁ । ପୁଣି ସର୍ଭିସ ଚାର୍ଜକୁ ଅନ୍ୟ କୌଣସି ପ୍ରକାରର ନାଁ ଦେଇ ମଧ୍ୟ ଆଦାୟ କରାଯାଇପାରିବ ନାହିଁ । ଗ୍ରାହକଙ୍କଠାରୁ ସର୍ଭିସ ଚାର୍ଜ ଆଦାୟ ପାଇଁ କୌଣସି ହୋଟେଲ ବା ରେସ୍ତୋରାଁ ବାଧ୍ୟ କରିପାରିବେ ନାହିଁ ।  ସର୍ଭିସ ଚାର୍ଜ ପ୍ରଦାନ କରିବା ଗ୍ରାହକଙ୍କ ଇଚ୍ଛାଧୀନ ହେବ । ହୋଟେଲ ବା ରେସ୍ତୋରାଁ ଖାଦ୍ୟ ବିଲରେ ସର୍ଭିସ ଚାର୍ଜ ଯୋଗ କରି ତା ଉପରେ ଜିଏସଟି ଲାଗୁ କରିପାରିବେ ନାହିଁ ।

ଯଦି କୌଣସି ହୋଟେଲ ବା ରୋସ୍ତୋରାଁ ସର୍ଭିସ ଚାର୍ଜ ଆଦାୟ କରୁଛନ୍ତି ବୋଲି ଗ୍ରାହକଙ୍କ ହୃଦବୋଧ ହୁଏ, ଏ ନେଇ ଜାତୀୟ କଂଜୁମର ହେଲପଲାଇନ ଓ ଇ-ଦାଖିଲ୍ ପୋର୍ଟାଲରେ ଅଭିଯୋଗ ଦାୟର କରିପାରିବେ ।

ସମ୍ବନ୍ଧିତ ଖବର