ସ୍ପଷ୍ଟ କଲା ଭାରତୀୟ ସେନା : ଚୀନ ସହ ହିଂସାତ୍ମକ ସଂଘର୍ଷ ସମୟରେ କୌଣସି ଭାରତୀୟ ସେନା ନିଖୋଜ ହୋଇନାହାନ୍ତି

ନୂଆଦିଲ୍ଲୀ: ସୋମବାର ରାତିରେ ପୂର୍ବ ଲଦାଖରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ‌ହୋଇଥିଲେ। ତେବେ ପୂର୍ବ ଲଦାଖ ଅନ୍ତର୍ଗତ ଗଲ୍‌ୱାନ୍ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ସମୟରେ ଭାରତୀୟ ସୈନିକଙ୍କ ନିଖୋଜ ଖବରକୁ ଭାରତ ଅସ୍ୱୀକାର କରିଛି। ଲଦାଖର ଗାଲଓ୍ନାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ କୌଣସି ଭାରତୀୟ ସେନା କର୍ମଚାରୀ ନିଖୋଜ ନାହାନ୍ତି ବୋଲି ଭାରତୀୟ ସେନା କହିଛି। ବୁଧବାର ନ୍ୟୁୟର୍କ ଟାଇମ୍ସରେ, ଭାରତ ଏବଂ ଚୀନ୍ ସୈନିକମାନଙ୍କ ମଧ୍ୟରେ ହୋଇଥିବା ତୁମୁଳ ସଂଘର୍ଷରେ ଅନେକ ଭାରତୀୟ ଯବାନ ନିଖୋଜ ଥିବା ନେଇ ଦାବି କରାଯାଇଥିବା ବେଳେ ଆଜି ଭାରତୀୟ ସେନା ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି |

सेना ने रिपोर्ट को किया खारिज (फाइल फोटो)
intoday

ସୂଚନା ମୁତାବକ, ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଗଲୱାନ ଘାଟୀରେ ଭାରତ ଓ ଚୀନ୍‌ ସେନା ରବିବାର ରାତିରେ ପଛକୁ ହଟିବା ପ୍ରକ୍ରିୟା ତ୍ବରାନ୍ବିତ କରିଥିଲେ। ତେବେ ଅଚାନକ ଚୀନ୍‌ ସୈନିକମାନେ ଆକ୍ରମଣାତ୍ମକ ହୋଇଉଠିଥିଲେ। ସେମାନେ ପ୍ରଥମେ ଲୁହା ଛଡ଼ ଏବଂ ପଥର ଦ୍ବାରା ଭାରତୀୟ ସେନାର ଜଣେ କର୍ଣ୍ଣେଲଙ୍କ ଉପରେ ଆକ୍ରମଣ କରିଥିଲେ। ଭାରତୀୟ ସେନା ବିନା କୌଣସି ଅସ୍ତ୍ରରେ ଚୀନ୍‌ ସୈନିକଙ୍କ ସହିତ ଲଢ଼ିଥିଲେ ଏବଂ ଏହା ପରେ ଦୁଇ ପକ୍ଷ ମଧ୍ୟରେ କେଇ ଘଣ୍ଟା ଧରି ସଂଘର୍ଷ ହୋଇଥିଲା। ଏଥିରେ ଭାରତର ଜଣେ କର୍ଣ୍ଣେଲ ସହିଦ ହୋଇଯାଇଥିଲେ। ଏହି ସଂଘର୍ଷରେ କୌଣସି ପଟୁ ଗୁଳି ଫୁଟି ନଥିଲେ ମଧ୍ୟ ଲୁହାଛଡ଼ ଓ ପଥରକୁ ଅସ୍ତ୍ର କରାଯାଇଥିଲା, ଯାହାଦ୍ୱାରା ଭାରତର ୨୦ଜଣ ଯବାନ ସହିଦ ହୋଇଥିଲେ |

ସମ୍ବନ୍ଧିତ ଖବର