ନୂଆଦିଲ୍ଲୀ: ଇସ୍ରାଏଲରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଭ‌ାରତ ଅପରେସନ୍‌ ଅଜୟ ଆରମ୍ଭ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଜି ଏନେଇ ସୂଚନା ଦିଆଯାଇଛି। ଇସ୍ରାଏଲରୁ ପ୍ରଥମ ବ୍ୟାଚ୍‌ ଭାରତୀୟଙ୍କୁ ଆଣିବାପାଇଁ ଆଜି ବିଳମ୍ବିତ ରାତିରେ ପ୍ରଥମ ବିମାନ ତେଲ୍‌ ଅଭିଭ୍‌ରେ ପହଞ୍ଚିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପ୍ରଥମ ବ୍ୟାଚ୍‌ରେ ୨୩୦ ଭାରତୀୟଙ୍କୁ ଇସ୍ରା‌ଏଲରୁ ଅଣା‌ଯିବ।

Advertisment

ଆସନ୍ତାକାଲି ସକାଳେ ସେମାନେ ଭାରତରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷେ ଇସ୍ରାଏଲରେ କୌଣସି ନାଗରିକଙ୍କ ମୃତ୍ୟୁ ହୋଇନାହିଁ। ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ଅଛନ୍ତି। ସେମାନଙ୍କୁ ନିର୍ଦ୍ଦେଶାବଳି ଅନୁକରଣ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ବିଦେଶ ମନ୍ତ୍ରାଳୟ କହିଛି। ୱେଷ୍ଟ ବ୍ୟାଙ୍କ୍‌ରେ ପ୍ରାୟ ୧୨ରୁ ଅଧିକ ଲୋକ କାମ କରୁଥିବାବେଳେ ୩-୪ ଜଣ ଗାଜାରେ ଅଛନ୍ତି। ଭାରତ ଇସ୍ରାଏଲ ଉପରେ ଆକ୍ରମଣକୁ ଏକ ଆତଙ୍କବାଦୀ ଆକ୍ରମଣ ଭାବେ ଦେଖୁଥିବା ସ୍ପଷ୍ଟ କରିଛି।