ଦୁବାଇ ଗସ୍ତ ପରେ କୁଆଡେ ଗଲେ ରାହୁଲ୍ ଗାନ୍ଧୀ ? ପୁଣି ଗାୟବ ହୋଇଗଲେ କି କଂଗ୍ରେସ ଅଧ୍ୟକ୍ଷ ?

ନୂଆଦିଲ୍ଲୀ: ଏବେ କେଉଁଠି ଅଛନ୍ତି ରାହୁଲ ଗାନ୍ଧୀ ? ପୁଣି ଗାୟବ ହୋଇଗଲେ କି କଂଗ୍ରେସ ଅଧ୍ୟକ୍ଷ ? ଏଭଳି ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ପରିସରକୁ ଆସିଛି। ୧୧ ଜାନୁୟାରିରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କରିବା ପରେ ଦୁବାଇ ଯାଇଥିଲେ ରାହୁଲ୍ । ତା’ପର ଠାରୁ ତାଙ୍କର ଗସ୍ତ ସଂପର୍କରେ କୌଣସି ସୂଚନା ମିଳିନାହିଁ।

ଦୁବାଇ ଗସ୍ତ ପରେ କେଉଁ ଆଡ଼େ ଗଲେ କଂଗ୍ରେସ ଅଧ୍ୟକ୍ଷ ? ଜାନୁଆରି ୧୧ ତାରିଖ ଦୁବାଇରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀଙ୍କୁ ଆଉ ଦେଖିବାକୁ ମିଳି ନ ଥିବା ଜାତୀୟ ଗଣମାଧ୍ୟମ ‘ଦ ପ୍ରିଣ୍ଟ୍’ ଉଲ୍ଲେଖ କରିଛି।

କୋଲକାତାରେ ମମତା ବାନାର୍ଜୀଙ୍କ ମୋଦି ବିରୋଧୀ ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ଯୋଗ ନ ଦେବା ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତି । ୨୦୧୯ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଜେପି ପାଇଁ ପ୍ରଚାର ଆରମ୍ଭ କରିସାରିଥିବା ବେଳେ ରାହୁଲଙ୍କ ଅନୁପସ୍ଥିତି ଯୋଗୁ କଂଗ୍ରେସର କିଛି ନେତା ଅସନ୍ତୁଷ୍ଟ ଥିବା ‘ଦ ପ୍ରିଣ୍ଟ୍’ ଉଲ୍ଲେଖ କରିଛି ।

ସେହିପରି କିଛି ନେତା ରାହୁଲ ୟୁରୋପରେ ଥିବା କହିଛନ୍ତି । ପୁଣି ଆଉ କିଛି ନେତା ରାହୁଲ ଗାନ୍ଧୀଙ୍କ ଗସ୍ତ ବିଷୟରେ ଅବଗତ ନାହାନ୍ତି । ବିଗତ ଦିନରେ ବିଭିନ୍ନ ଆଲୋଚନା ପରେ ରାହୁଲ ଗାନ୍ଧୀ ନିଜ ଗସ୍ତ ବିଷୟରେ ଟ୍ୱିଟର ହ୍ୟାଣ୍ଡେଲରେ ଘୋଷଣା କରୁଥିଲେ । ତେବେ ଏହି ନୂଆ ଯାତ୍ରାକୁ କିନ୍ତୁ ବ୍ୟକ୍ତିଗତ ରଖିଛନ୍ତି ରାହୁଲ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିଦେଶ ଭ୍ରମଣକୁ ବିଜେପି ସବୁବେଳେ ନନ୍ ସିରିୟସ୍ ଲିଡର୍ ଭାବେ ସମାଲୋଚନା କରିଆସୁଥିବା ବେଳେ ରାହୁଲଙ୍କ ଅନୁପସ୍ଥିତି ବିଜେପିକୁ ପୁଣି ସୁହାଇବ ବୋଲି ‘ଦ ପ୍ରିଣ୍ଟ୍’ ଉଲ୍ଲେଖ କରିଛି ।

ସମ୍ବନ୍ଧିତ ଖବର