ରେଳଧାରଣାରେ ପଡିଯାଇଥିଲେ ବି ଆହତ ହେଲେ ନାହିଁ ମହିଳା

ସିୱାନ: କଥାରେ ଅଛି ରଖେ ହରି ମାରେ କିଏ | ଏହି କଥା ଏବେ ଜଣେ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି | ମହିଳାଜଣକ ରେଳଧାରଣାରେ ପଡିଯାଇଥିଲେ ଓ ତାଙ୍କ ଉପରେ ୩ଟି ଟ୍ରେନ ଯାଇଥିଲେ ବି ତାଙ୍କର କୌଣସି କ୍ଷତି ହୋଇନାହିଁ | ମିଳିଥିବା ସୂଚନା ଅନୁଯାୟୀ, ବିହାରର ଚାପ୍ରା-ସିୱାନ ରେଳ ଡିଭିଜନର ଭୋଲାଧାଲା ନିକଟ ରେଳଧାରଣାରେ ଜଣେ ମହିଳା ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। କେହି ତାଙ୍କୁ ଦେଖି ନଥିବାବେଳେ ଏହି ସମୟ ମଧ୍ୟରେ ଦୁଇଟି ମାଲବାହୀ ଟ୍ରେନ୍ ସମେତ ତିନୋଟି ଟ୍ରେନ୍ ଟ୍ରାକ ଦେଇ ଯାଇଥିଲା, କିନ୍ତୁ ମହିଳା ଜଣଙ୍କୁ ଟ୍ରେନ ଛୁଇଁ ପାରିନଥିଲା ।

Wikipedia

ଏହି ସମୟ ମଧ୍ୟରେ, ଯେତେବେଳେ ଜଣେ ଲୋକ ଧାରଣାରେ ପଡ଼ିଯାଇଥିବା ମହିଳାଙ୍କୁ ଦେଖିଥିଲେ, ସେତେବେଳେ ସେ ବଡ ପାଟିରେ ଚିତ୍କାର କରିଥିଲେ | ତା’ପରେ ସେଠାରେ ଲୋକମାନେ ଏକତ୍ରିତ ହେଲେ। ଲୋକମାନେ ମହିଳାଙ୍କୁ ସେଠାରୁ ବାହାର କରି ତୁରନ୍ତ ଦାଉଦପୁର ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ। ଷ୍ଟେସନ ମାଷ୍ଟରଙ୍କ ସୂଚନା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୁଲିସ ମହିଳାଙ୍କୁ ଉଦ୍ଧାର କରି ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିଲା। ମହିଳା ଜଣଙ୍କ ସ୍ଥାନୀୟ ଅଂଚଳର ଚିନ୍ତା ଦେବୀ ବୋଲି ଜଣାପଡିଛି | ପ୍ରଖର ଗ୍ରୀଷ୍ମ ତାତି ଯୋଗୁଁ ଚିନ୍ତା ଦେବୀ ଅଚେତ ହୋଇ ରେଳ ଧାରଣାରେ ପଡିଯାଇଥିଲେ | ଆଉ ସୌଭାଗ୍ୟବଶତଃ ଅଚେତ କାରଣରୁ ତାଙ୍କର କୌଣସି କ୍ଷତି ହୋଇନଥିଲା |

ସମ୍ବନ୍ଧିତ ଖବର