କୋଲକତା : କୌଣସି ଦୂର୍ଗାପୂଜା କମିଟିକୁ ଆୟକର ନୋଟିସ ଦିଆଯାଇ ନାହିଁ, ସ୍ପଷ୍ଟ କଲା ଆୟକର ବିଭାଗ

ନୂଆଦିଲ୍ଲୀ : କୋଲକତାରେ ଦୂର୍ଗାପୂଜା ପେଣ୍ଡାଲଗୁଡ଼ିକୁ ଆୟକର ନୋଟିସ ପଠାଯିବାକୁ ନେଇ ପଶ୍ଚିମବଙ୍ଗରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି । ଏହାକୁ ନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କିନ୍ତୁ ଆୟକର ବିଭାଗ ପକ୍ଷରୁ ଏ ନେଇ ଏକ ସ୍ପଷ୍ଟୀକରଣ ଦିଆଯାଇଛି । ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ କୌଣସି ପୂଜାକମିଟିକୁ ଆୟକର ନୋଟିସ ଦିଆଯାଇନାହିଁ । ଏ ନେଇ ମିଥ୍ୟାପ୍ରଚାର କରାଯାଉଛି ।

ତେବେ ପୂଜା ପେଣ୍ଡାଲଗୁଡ଼ିକର କଣ୍ଟ୍ରାକ୍ଟ ନେଉଥିବା ବିଭିନ୍ନ କଣ୍ଟ୍ରାକ୍ଟର ମାନେ ଟିକସ ଠକେଇ କରୁଥିବା ନଜରକୁ ଆସିଥିବାରୁ ସେମାନଙ୍କୁ ଆୟକର ନୋଟିସ ପଠାଯାଉଛି । ଆୟକର ଆଇନ ୧୯୬୧ର ଧାରା ୧୩୩ (୬) ଅନୁସାରେ ଏହି ନୋଟିସ ପଠାଯାଉଛି । ଏହା ସହିତ ପୂଜା କମିଟି ଦ୍ୱାରା ନିଯୁକ୍ତ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାକୁ ମଧ୍ୟ ଆୟକର ନୋଟିସ ଦିଆଯାଉଛି ଅଥବା ସେମାନଙ୍କ ଟିଡିଏସ ଯାଞ୍ଚ କରାଯାଉଛି । କେତେକ କଣ୍ଟ୍ରାକ୍ଟର ଓ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ପକ୍ଷରୁ ଆବଶ୍ୟକ ଟିଡିଏସ କାଗଜପତ୍ର ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

ସମ୍ବନ୍ଧିତ ଖବର