ଏଆଇ ପାଇଁ କିଛି ଚାକିରି ଯିବନି: ଟିସିଏସ୍ ସିଓଓ
ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧିମତା (ଏଆଇ) ଆଇଟି କ୍ଷେତ୍ର ସମେତ ଅନ୍ୟାନ୍ୟ କ୍ଷେତ୍ରର କର୍ମଚାରୀଙ୍କ ଚାକିରି ନେଇଯିବ ବୋଲି ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ଦେଶର ସବୁଠୁ ବଡ଼ ଆଇଟି କମ୍ପାନି ଟିସିଏସ୍ (ଟାଟା କନସଲଟାନ୍ସି ସର୍ଭିସେସ୍)ର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଏନ୍ ଗଣପତି ସୁବ୍ରମଣ୍ୟମ କହିଛନ୍ତି ଏଆଇ କିଛି ନୂଆ ବିଷୟ ନୁହେଁ। ତାଙ୍କ କମ୍ପାନି ୧୯୯୦ରୁ ଏହା ଉପରେ କାର୍ଯ୍ୟ କରୁଛି। ତେବେ ବର୍ତ୍ତମାନ ଏଥିରେ ଉନ୍ନତି ଆସିଛି ଏବଂ ଧୀରେ ଧୀରେ ଏହାର ବ୍ୟବହାର ବଢ଼ୁଛି। ଆଇଟି କମ୍ପାନିଗୁଡ଼ିକ ମଧ୍ୟ ସେମାନଙ୍କ ଉତ୍ପାଦରେ ଏଆଇର ବ୍ୟବହାର କରୁଛନ୍ତି। ଟିସିଏସ୍ ବିଏଏନ୍ସିଏସ୍ ୯୫ ପ୍ରତିଶତ କୋଡ୍ ପ୍ରମ୍ପଟ୍ରେ ପ୍ରସ୍ତୁତ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇଞ୍ଜିନିୟରିଂ ଚାକିରି ଉପରେ ଏହାର ପ୍ରତିକୂଳ ପ୍ରଭାବ ସଂପର୍କରେ ପଚରାଯିବାରୁ ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ବିପଦ ନାହିଁ। ଚାକିରି ସୁରକ୍ଷିତ ରହିଛି। ଏଆଇର ବ୍ୟବହାର ଦ୍ବାରା ନିକଟ ଭବିଷ୍ୟତରେ ପ୍ରଡକ୍ସନ ଆହୁରି ଭଲ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଚାକିରି ଅଧିକ ସୁରକ୍ଷିତ ହେବାକୁ ଯାଉଛି। ପ୍ରତି ନୂ୍ଆ ପ୍ରଯୁକ୍ତି ଆସିବା ସମୟରେ ଚାକିରି ବଢ଼ିଥାଏ, କାମ କରିବାର ତରିକାରେ ପରିବର୍ତ୍ତନ ଆସେ ଏବଂ ଭଲ ଫଳ ମଳିଥାଏ। ତେଣୁ ଏହି ନୂଆ ପ୍ରଯୁକ୍ତି ଶିଖିବା ଲାଗି ସମସ୍ତେ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।