ଆଗ୍ରାର ହୋଟେଲ ଆଗରେ ନୋଟିସ ମରାଯାଇଛି : କାଶ୍ମୀର ଲୋକଙ୍କୁ ପ୍ରବେଶ ମନା

ଆଗ୍ରା : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ କାଶ୍ମୀର ଲୋକମାନଙ୍କ ପ୍ରତି ଦେଶର ଅନ୍ୟ ଅଂଚଳରେ ଅସୂୟାଭାବ ସୃଷ୍ଟି ହୋଇଥିବା ଦେଖାଯାଇଛି । ଆଗ୍ରାର କେତେକ ହୋଟେଲରେ କାଶ୍ମୀର ଲୋକମାନଙ୍କୁ ରୁମ ଦିଆଯିବ ନାହିଁ ବୋଲି ଲେଖାଥିବା ପୋଷ୍ଟର ମରାଯାଇଛି ।

ଆଗ୍ରାର କିଷାନ ଲଜର ମ୍ୟାନେଜର ରଜାବ ଅଲି କହିଛନ୍ତି ଯେ କାଶ୍ମୀର ଲୋକମାନେ ସବୁବେଳେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସମର୍ଥନ କରୁଛନ୍ତି । ଆମ ସେନାର ଯବାନ ସହିଦ ହେଉଥିଲେ ମଧ୍ୟ ସେମାନେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ବଦଳରେ ଆତଙ୍କୀଙ୍କ ସମର୍ଥନରେ ବାହାରୁଛନ୍ତି । ଏହା ବନ୍ଦ ହେବା ଦରକାର । ଆମେ ଏମାନଙ୍କୁ ହୋଟେଲ ଦେବୁନାହିଁ ।

ଏହିପରି ସମାନ କଥା କହିଛନ୍ତି ରିଜ୍ ହୋଟେଲର ମ୍ୟାନେଜର ରୋହିତ । ସେ କହିଛନ୍ତି ଯେ ଆମର ସହିଦମାନଙ୍କୁ ନ୍ୟାୟ ନ ମିଳିବା ଯାଏଁ ଓ ସେନା ଉପରକୁ ପଥରମାଡ ବନ୍ଦ ନହେବା ଯାଏ କୌଣସି କାଶ୍ମୀର ଲୋକଙ୍କୁ ରୁମ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ତେବେ ଆଗ୍ରା ହୋଟେଲ ମିଲକ ସଂଘ ପକ୍ଷରୁ କୁହାଯାଇଛି ଯେ କାଶ୍ମୀର ଲୋକମାନଙ୍କ ପ୍ରତି ଏପରି କୌଣସି ବାଛବିଚାର କରାଯିବ ନାହିଁ । କାରଣ ସେମାନେ ମଧ୍ୟ ଭାରତୀୟ ।

ସମ୍ବନ୍ଧିତ ଖବର