ରିଲାଏନ୍ସକୁ ଫ୍ରାନ୍ସ ସରକାର ଦେଇଥିବା ଟିକସ ଛାଡ ସହିତ ରାଫେଲ ଡିଲର ସମ୍ପର୍କ ନାହିଁ : ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ : ରାଫେଲ କ୍ରୟ ପାଇଁ ଭାରତ-ଫ୍ରାନ୍ସ ମଧ୍ୟରେ ଚୁକ୍ତି ହେବାର କିଛି ମାସ ମଧ୍ୟରେ ହିଁ ଫ୍ରାନ୍ସ ସରକାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ୧୪୩.୭ ନିୟୁତ ୟୁରୋ ଟିକସ ଛାଡ କରିଥିଲେ ବୋଲି ଫ୍ରାନ୍ସର ଏକ ସମ୍ବାଦପତ୍ରରେ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତରେ ରାଜନୀତି ଜୋର ଧରିଛି । ମୋଦିଙ୍କ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ପରେ ଜବାବ ରଖିଛି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ।

“ଏକ ଘରୋଇ କମ୍ପାନିକୁ ଟିକସ ଛାଡ ଓ ଭାରତ-ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବା ରାଫେଲ ଚୁକ୍ତିକୁ ଯୋଡ଼ି ଏକ ରିପୋର୍ଟ ପ୍ରକାଶ ପାଇଥିବା ନଜରକୁ ଆସିଛି । ଏହି ଟିକସଛାଡର ସମୟ ଓ ଟିକସଛାଡର କାରଣ ସହିତ ସହ ବର୍ତ୍ତମାନର ସରକାର କରିଥିବା ରାଫେଲ କ୍ରୟ ଚୁକ୍ତିର କୌଣସି ସମ୍ପର୍କ ନାହିଁ । ଯଦି କୌଣସି ସଂପର୍କ ଯୋଡା ଯାଉଛି ତାହା ଭୁଲ ଓ ଲୋକମାନଙ୍କୁ ଭ୍ରମିତ କରିବା ଉଦ୍ଦେଶ୍ୟରେ କରାଯାଉଛି” ମନ୍ତ୍ରାଳୟ କହିଛି । ଏହା ପୂର୍ବରୁ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେସନ୍ସ ମଧ୍ୟ ଏହି ଖବରକୁ ଖଣ୍ଡନ କରିଥିଲା ।

ସମ୍ବନ୍ଧିତ ଖବର