ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡରେ ଏଣିକି ମିଳିବନି ମଦ, ସୁପ୍ରିମକୋର୍ଟ ଦେଲେ ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏଣିକି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଠାରୁ ୫୦୦ ମିଟର ମଧ୍ୟରେ ମଦ ଦୋକାନ ରହିବ ନାହିଁ | ମଦ ଦୋକାନ ଖୋଲିବା ଓ ମଦ ବିକ୍ରି କରିବାକୁ ଲାଇସେନ୍ସ ନ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି |

ସେହିପରି କୋର୍ଟ ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଅଂଚଳରେ ଥିବା ମଦ ଦୋକାନ ପାଇଁ ୫୦୦ ମିଟର ପରିବର୍ତ୍ତେ ୨୨୦ ମିଟର ଧାର୍ଯ୍ୟ କରିଛନ୍ତି | ସୁପ୍ରିମକୋର୍ଟ ଏହି ମାମଲାରେ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସଡ଼କ ଓ ପରିବହନ ମନ୍ତ୍ରାଳୟ ବିଭିନ୍ନ ସମୟରେ ରାଜ୍ୟ ସରକାର ମାନଙ୍କୁ ଏବାବଦରେ ଅନୁରୋଧ କରିଥାଏ |

ଏହାଛଡା ମୋଟର ବାହନ ଅଧିନିୟମରେ କଡା ନିୟମ ମଧ୍ୟ ପ୍ରଣୟନ କରିଛି | ହେଲେ ରାଜମାର୍ଗ କଡରେ ଚାଲୁଥିବା ବ୍ୟବସାୟ ଉପରେ ମନ୍ତ୍ରାଳୟର ନିୟନ୍ତ୍ରଣ ନଥାଏ | ତେଣୁ ମଦ ଦୋକାନ ହଟାଇବାକୁ ମନ୍ତ୍ରାଳୟ ବିଚାର କରିନଥାନ୍ତି |

ତେଣୁ ସୁପ୍ରିମକୋର୍ଟ ଆଜି ରାଜ୍ୟ ସରକାରମାନଙ୍କୁ ଏହି ମଦ ଦୋକାନକୁ ଲାଇସେନ୍ସ ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର