ପୁଣି ଭାରତ ଉପରେ ତାତିଲେ ଟ୍ରମ୍ପ, ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ତାରିଫ ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ : ପୁଣି ଭାରତ ଉପରେ ନିଜର ରୋଷ ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ସାମଗ୍ରୀ ଉପରେ ଭାରତର ଉଚ୍ଚ ଟିକସ ଗ୍ରହଣୀୟ ନୁହେଁ ବୋଲି ସେ ଟ୍ଵିଟ କରି କହିଛନ୍ତି । “ଅନେକ ଦିନ ଧରି ଭାରତ ଆମେରିକୀୟ ସାମଗ୍ରୀ ଉପରେ ଉଚ୍ଚ ଟାରିଫ ଲଗାଉଛି । ଆଉ ଏହା ଗ୍ରହଣୀୟ ନୁହେଁ ।” ଟ୍ଵିଟ କରି ଟ୍ରମ୍ପ କହିଛନ୍ତି ।

 

ଗତ ମାସରେ ଜାପାନର ଓସାକାଠାରେ ଅନୁଷ୍ଠିତ ଜି-୨୦ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲଚନା ହୋଇ ବାଣିଜ୍ୟ କ୍ଷେତ୍ରରେ ଦେଖାଦେଇଥିବା ମତଭେଦକୁ ଦୂର କରିବାକୁ ପଦକ୍ଷେପ ନିଆଯିବ ବୋଲି ଦୁଇ ନେତା ରାଜି ହୋଇଥିଲେ । ଗତ ଜୁନ ୫ରେ ଆମେରିକା ଭାରତକୁ ପ୍ରିଫରେନ୍ସିଆଲ ଆକସେସ ମାନ୍ୟତା ପ୍ରତ୍ୟାହାର କରିବା ପରେ ତାହାର ଜବାବରେ ଜୁନ ୧୬ରେ ଭାରତ ସରକାର ୨୮ଟି ଆମେରିକୀୟ ଦ୍ରବ୍ୟ ଉପରେ ତାରିଫ ବଢାଇଥିଲେ ।

ସମ୍ବନ୍ଧିତ ଖବର