ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଆଜକୁ ମାସେ ହେଲାଣି ଚାଷୀମାନେ ଆନ୍ଦୋଳନରେ ବସିଥିଲେ ମଧ୍ୟ କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ବୁଝାମଣା ହୋଇପାରି ନାହିଁ। ଆସନ୍ତା ୨୯ତାରିଖରେ ସରକାରଙ୍କ ସହ ବୈଠକ କରିବା ପାଇଁ କୃଷକ ସଂଗଠନ ପ୍ରସ୍ତାବ ଦେଇଥିବା ବେଳେ ସେଦିନ ସମାଧାନର ବାଟ ବାହାରିବ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର। ଏ ମଧ୍ୟରେ ହିମାଚଳ ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯେଉଁ ବୟାନ ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
India Todayକାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, କୌଣସି 'ମାଇ କା ଲାଲ୍' ଚାଷୀଙ୍କଠାରୁ ତାଙ୍କ ଜମି ଛଡ଼ାଇ ନେଇ ପାରିବେ ନାହିଁ। ଏହା ଦୁର୍ଭାଗ୍ୟଜନକ ଯେ, ଯେଉଁମାନେ ଚାଷ ବିଷୟରେ କିଛି ଜାଣନ୍ତି ନାହିଁ, ସେମାନେ ନୀରିହ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି | ଆମ ସରକାର ଏମଏସପି ବନ୍ଦ କରିବାକୁ କେବେ ଇଚ୍ଛା କରିନାହିଁ କିମ୍ବା ଭବିଷ୍ୟତରେ ମଧ୍ୟ ତାହା କରିବେ ନାହିଁ। ମଣ୍ଡି ମଧ୍ୟ ପୂର୍ବ ଭଳି ଚାଲୁ ରହିବ। ନୂତନ ନିୟମ କୃଷକଙ୍କ ଆୟ ବଢ଼ାଇବ, କିନ୍ତୁ କଂଗ୍ରେସ ସେମାନଙ୍କୁ ବିଭ୍ରାନ୍ତ କରିିବା ସହ ଆନ୍ଦୋଳନ କରିବାକୁ ଉସୁକାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/t-231.jpg)