ଏଣିକି ଦିଲ୍ଲୀରେ କରୋନା ପଜିଟିଭ୍‌ ରୋଗୀଙ୍କୁ କୋଭିଡ କେନ୍ଦ୍ର ଯିବା ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ଦିଲ୍ଲୀରେ ଏଣିକି କରୋନା ପିଜିଟିଭ୍‌ ରୋଗୀଙ୍କୁ କୋଭିଡ କେୟାର କେନ୍ଦ୍ର ଯିବା ବାଧ୍ୟତାମୂଳକ ନୁହେଁ। ଉପରାଜ୍ୟପାଳ ଅନିଲ ବୈଜଲ ନିଜର ପୁରୁଣା ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି । ଏହି ନିଷ୍ପତ୍ତିରେ ଉପରାଜ୍ୟପାଳ କହିଥିଲେ କି, ଯଦି କୌଣସି ବ୍ୟକ୍ତିଙ୍କ ସ୍ୱାବରେ କରୋନା ପଜିଟିଭ୍‌ ଚିହ୍ନଟ ହେଲା ତେବେ ତାଙ୍କୁ ପ୍ରାରମ୍ଭିକ ପାଞ୍ଚଦିନ ପାଇଁ କୋଭିଡ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ ହେବ। ଫଳରେ ଏହା ଲାଗୁ ହୋଇଥିଲା।

दिल्ली में अब कोरोना पॉजिटिव मरीजों ...

ତେବେ ଗୁରୁବାର ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ବୈଠକରେ ଏହି  ନିଷ୍ପତ୍ତି ପ୍ରତ୍ୟାହାର କରି ନିଆଯାଇଥିଲା। ଅର୍ଥାତ ଦିଲ୍ଲୀରେ ଯଦି ଏବେ କୌଣସି ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୁଅନ୍ତି ତେବେ ତାଙ୍କୁ କୋଭିଡ କେୟାର କେନ୍ଦ୍ର ଯାଇ ନିଜର ପରୀକ୍ଷା କରିବାକୁ ପଡ଼ିବ ନାହିଁ। ବରଂ ପୁରୁଣା ବ୍ୟବସ୍ଥା ଅନୁସାରେ ସରକାର ଓ ପ୍ରଶାସନର ସଦସ୍ୟ ଘରକୁ ଆସି କ୍ଲିନିକାଲ ଆସେସ୍‌ମେଣ୍ଟ ଓ ଫିଜିକଲ ଆସେସ୍‌ମେଣ୍ଟ କରି ଦେଖିବେ କି ଉକ୍ତ କରୋନା ପଜିଟିଭ୍‌ ବ୍ୟକ୍ତି ଜଣକ ଘରେ ସଙ୍ଗରୋଧରେ ରହିବା ପାଇଁ ଉପଯୁକ୍ତ କି ନୁହେଁ।

ଉଲ୍ଲେଖଯୋଗ୍ୟ, ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ୮ ସୂତ୍ରୀ ସଂଶୋଧିତ କରୋନା ମୁକାବିଲା ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଅଧୀନରେ ଜାତୀୟ ରାଜଧାନୀର ବିଭିନ୍ନ ଜିଲ୍ଲାରେ ୨୦ହଜାର ଲୋକଙ୍କ ସେରୋ ସର୍ଭେ ହେବ ଏବଂ ଜୁଲାଇ ୬ ତାରିଖରୁ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ। ଦିଲ୍ଲୀରେ ସଂକ୍ରମଣ ବି ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଯାଇଥିବାରୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର