ବିସ୍ମୟ ହେଲେ ବି ସତ ! ମସ୍ତିଷ୍କ ଅସ୍ତ୍ରୋପଚାର ସମୟରେ ୯୦ଟି ଅଲିଭ ପକୁଡି ତିଆରି କଲେ ୬୦ବର୍ଷୀୟା ବୃଦ୍ଧା

ନୂଆଦିଲ୍ଲୀ: ଅସ୍ତ୍ରୋପଚାର ସମୟରେ ଜଣେ ୬୦ବର୍ଷୀୟା ବୃଦ୍ଧା ପକୁଡି ଛାଣିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଏପଟେ ଡାକ୍ତର ବୃଦ୍ଧାଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର କରୁଥିବା ବେଳେ ସେପଟେ ମହିଳା ନିଜ ପସନ୍ଦର ଅଲିଭ ପକୁଡି ତିଆରି କରୁଥିଲେ | ପ୍ରାୟ ୨ଘଣ୍ଟା ଧରି ଏହି ଅସ୍ତ୍ରୋପଚାର ଚାଲିଥିବା ବେଳେ ୨ଘଣ୍ଟା ମଧ୍ୟରେ ବୃଦ୍ଧା ୯୦ଟି ପକୁଡି ତିଆରି କରିଥିବା ଜଣା ପଡିଛି | ଘଟଣାଟି ଇଟାଲିର ହୋଇଥିବା ବେଳେ ବୃଦ୍ଧା ଏବେ ସୁସ୍ଥ ଅଛନ୍ତି |

ସୂଚନା ମୁତାବକ, ବୃଦ୍ଧାଙ୍କ ମସ୍ତିସ୍କରେ ଟ୍ୟୁମର ଥିବାରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା | ଟ୍ୟୁମରଟି ମସ୍ତିସ୍କର ବାମ ପଟ ସାମୟିକ ଲୋବରୁ କଢ଼ାଯାଇଥିଲା, ଯାହା ମସ୍ତିଷ୍କରେ ଭାଷା ନିୟନ୍ତ୍ରଣ କରିଥାଏ | ଏହି ଅସ୍ତ୍ରୋପଚାର ସମୟରେ ବୃଦ୍ଧାଙ୍କ ପକ୍ଷାଘାତ ହେବାର ସମ୍ଭାବନା ଥିବା ସହ କଥା କହିବା ଶକ୍ତି ହରାଇବା ସମ୍ଭାବନା ଥିବାରୁ ଡାକ୍ତର ତାଙ୍କୁ ଆନାସ୍ଥେସିଆ ନଦେଇ ଅସ୍ତ୍ରୋପଚାର କରାଯିବ ବୋଲି କହିଥିଲେ | ଏହା ସହ ସମୟ କାଟିବା ପାଇଁ ଅସ୍ତ୍ରୋପଚାର ସମୟରେ ବୃଦ୍ଧା ତାଙ୍କ ମନ ପସନ୍ଦର କାମ ମଧ୍ୟ କରି ପାରିବେ ବୋଲି ଡାକ୍ତର କହିଥିଲେ | ଡାକ୍ତରଙ୍କଠାରୁ ଏହା ଶୁଣିବା ପରେ ବୃଦ୍ଧା ନିଜ ପସନ୍ଦର ଅଲିଭ ପକୁଡି ତିଆରି କରିବେ ବୋଲି ନିଷ୍ପତି ନେଇଥିଲେ |

A 60 year old woman from the Abruzzo region of Italy was able to achieve this feat.
timesnownews

ଅସ୍ତ୍ରୋପଚାର ଆରମ୍ଭ ହେବା ପରେ ବୃଦ୍ଧା ଅଲିଭରେ ମାଂସ ଭର୍ତି କରି ତାକୁ ବ୍ରେଡ ପାଉଡରରେ ମିଶାଇ ତେଲରେ ଛାଣିଥିଲେ | ଅସ୍ତ୍ରାପଚାର ଶେଷ ହେବା ବେଳକୁ ବୃଦ୍ଧା ପ୍ରାୟ ୯୦ଟି ପକୁଡି ତିଆରି କରି ସାରିଥିଲେ ବୋଲି ଡାକ୍ତର କହିଛନ୍ତି |

ସମ୍ବନ୍ଧିତ ଖବର